Wednesday, September 30, 2026
24.7 C
Odisha

    ପ୍ରଥମ ହିନ୍ଦୁ ମନ୍ଦିରରେ ହାତୁଡ଼ି ଓ ନିହଣ ଧରି ପଥରରେ ଖୋଦେଇ କରି ଏଭଳି କଥା ଲେଖିଲେ ମୋଦୀ

    ଆଗକୁ ପଢନ୍ତୁ

    ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିଛନ୍ତି। ମରୁଭୂମିରେ ନିର୍ମିତ ଏହି ମନ୍ଦିର ଅନନ୍ୟ କାରୁକଳାରେ ପରିପୂର୍ଣ୍ଣ ରହିଛି। ଏହା ମଧ୍ୟପ୍ରାଚ୍ୟର ପ୍ରଥମ ପାରମ୍ପରିକ ‘ହିନ୍ଦୁ ପଥର ମନ୍ଦିର’ ବୋଲି କୁହାଯାଉଛି। ଏହି ଅବସରରେ ମୋଦୀ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ଜାୟଦ ଅଲ ନାହୟାନଙ୍କୁ ଧନ୍ୟବାଦ ଦେବା ସହିତ କହିଛନ୍ତି, ‘ଆପଣ ୧୪୦କୋଟି ଭାରତୀୟଙ୍କୁ ଖୁସି କରାଇ ଦେଇଛନ୍ତି।’ଆବୁଧାବିର ବିଏପିଏସ୍‌ ସ୍ୱାମୀନାରାୟଣ ମନ୍ଦିର ୧୦୮ ଫୁଟ ଉଚ୍ଚ, ୨୬୨ ଫୁଟ ଲମ୍ବ ଓ ୧୮୦ ଫୁଟ ଚଉଡ଼ା। ୨୭ ଏକର ପରିମିତ ଅଂଚଳରେ ଏହି ମନ୍ଦିର ନିର୍ମାଣ କରିବା ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପ୍ରଥମ ଭାରତୀୟ ଶୈଳୀର ହିନ୍ଦୁ ମନ୍ଦିର ଉଦ୍‌ଘାଟନ ଏକ ଐତିହାସିକ ଘଟଣା। ଏହି ମନ୍ଦିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମ‌ରେ ମୋଦୀ ସାମିଲ ହୋଇ ଏକ ପଥର ଉପରେ ଖୋଦେଇ କରିଛନ୍ତି। ଏଥିପାଇଁ ସେ ହାତୁଡି ଓ ନିହାଣ ବ୍ୟବହାର କରି ‘ବାସୁଦେବ କୁଟୁମ୍ବକମ’ ଲେଖିଥିଲେ। ଯାହାକୁ ଖୁବ ପ୍ରଶଂସା କରାଯାଉଛି। ପଥର ଖୋଦେଇ କରୁଥିବା ସମୟର ମୋଦୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି।

    ବାଲିପାହାଡ଼ ଉପରେ ନିର୍ମିତ ନୂତନ ବିଏପିଏସ୍ ହିନ୍ଦୁ ମନ୍ଦିରକୁ ଆରବ ଦେଶର ସାଂସ୍କୃତିକ ସୌହାର୍ଦ୍ଦ୍ୟର ପ୍ରମାଣର ଏକ ମାଇଲଖୁଣ୍ଟ ଭାବରେ ପ୍ରଶଂସା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ