Sunday, September 27, 2026
24.7 C
Odisha

    ଓଜନ କମାଇବାକୁ ଚାହୁଁଛନ୍ତି କି? ପିଅନ୍ତୁ ଏହି ସବୁ ଜିନିଷରେ ତିଆରି ପାନୀୟ

    ଆଗକୁ ପଢନ୍ତୁ

    ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅନ୍ୟକ ଲୋକ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ହଜମ ସମସ୍ୟା ଯୋଗୁ ମଧ୍ୟ ଓଜନ ବଢ଼ିଥାଏ। ଅଦା, ହଳଦୀ,ମହୁ ଇତ୍ୟାଦି ହଜମ ସମସ୍ୟା ଦୂର କରିବା ସହିତ ଓଜନ ମଧ୍ୟ କମାଇଥାଏ। ତେବେ ଆପଣ ଓଜନ କମାଇବାକୁ ଚାହୁଁଥିଲେ ଏହି ସବୁ ଜିନିଷରେ ପାନୀୟ ପ୍ରସ୍ତୁତ କରି ସକାଳେ ଖାଲି ପେଟରେ ପିଅନ୍ତୁ।
    ପଢ଼ନ୍ତୁ ଏହି ପାନୀୟ ପ୍ରସ୍ତୁତି ପ୍ରଣାଳୀ- ଆବଶ୍ୟକୀୟ ସାମଗ୍ରୀ- ପାଣି, ମହୁ, ହଳଦୀ ଗୁଣ୍ଡ, ଅଦା ଏବଂ ଆପେଲ ସାଇଡର ଭିନେଗାର। ଏହା ଆପଣଙ୍କୁ ବଜାରରେ ସହଜରେ ମିଳିଯିବ।
    ପ୍ରସ୍ତୁତି ପ୍ରଣାଳୀ
    ଏକ ପାତ୍ରରେ ପାଣି ନେଇ ଗରମ କରନ୍ତୁ। ସେଥିରେ ଖଣ୍ଡେ ଅଦା ପକାଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଅଦାର ବାସ୍ନା ଆସିଲା ପରେ ସେଥିରେ ଅଳ୍ପ ହଳଦୀ ଗୁଣ୍ଡ, ମହୁ (୧୫ ମିଲିଲିଟର ବା ଏକ ବଡ଼ ଚାମଚ), ବଡ଼ ଚାମଚରେ ଦୁଇ ଚାମଚ ( ପାଖାପାଖି ୨୫ ମିଲିଲିଟର) ଆପେଲ ସାଇଡର ଭିନେଗାର ପକାନ୍ତୁ। ଏହାକୁ ଆହୁରି ସୁସ୍ୱାଦୁ କରିବାକୁ ଡାଳଚିନି ଗୁଣ୍ଡ ଅଳ୍ପ ଓ ଫାଳେ ଲେମ୍ବୁ ଚିପୁଡ଼ି ଦିଅନ୍ତୁ। ତା’ ପରେ ଏକ କପ୍ କାଢ଼ି ଏହି ହର୍ବାଲ ପାନୀୟର ମଜା ନିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ