Sunday, September 27, 2026
24.7 C
Odisha

    ରାତିରେ ଭଲ ନିଦ ହେଉନି କି? ପଢ଼ନ୍ତୁ ଏହି ସବୁ ଟିପ୍ସ

    ଆଗକୁ ପଢନ୍ତୁ

    ଅଧିକାଂଶ ଲୋକଙ୍କ ପାଇଁ ଏବେ ନିଦ୍ରାହୀନତା ଏକ ସମସ୍ୟା ପାଲଟିଛି। ଅନେକ ଲୋକ ଶାନ୍ତିରେ ଟିକେ ଶୋଇ ପାରୁନାହାଁନ୍ତି। ଏହାର ପ୍ରମୁଖ କାରଣ ହେଲା ଆଜି କାଲିକାର ଅସ୍ୱଭାବିକ ଜୀବନଶୈଳୀ। କାର୍ଯ୍ୟବ୍ୟସ୍ତତା, ମାନସିକ ଚାପ ଓ ଆଉ କିଛି ଛୋଟ ଛୋଟ କାରଣରୁ ନିଦ୍ରାହୀନତା ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଔଷଧର ସାହାଯ୍ୟ ନେଇଥା’ନ୍ତି। ହେଲେ ଫଳ କିଛି ହୁଏନି, ବରଂ ସ୍ୱାସ୍ଥ୍ୟ ବିଗିଡି ଯାଏ। କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ଏକ ସହଜ ଉପାୟ ରହିଛି। ଆସନ୍ତୁ ଜାଣିବା ସେହି ଉପାୟଟି କ’ଣ? ‘ଜେନେରାଲ୍ ଇନଡୋର ଏୟାର’ ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଅନିଦ୍ରା ସମସ୍ୟାକୁ ନେଇ ଯଦି ଚିନ୍ତିତ ହେଉଛନ୍ତି ତେବେ ବେଡରୁମର ଝରକା କିମ୍ବା କବାଟ ଖୋଲାରଖି ଶୋଅନ୍ତୁ ଏହା ଭଲ ନିଦ ହେବାରେ ସାହାଯ୍ୟ କରିଥାଏ। ଗବେଷକଙ୍କ ମତରେ ଠିକରେ ବାୟୁ ଚଳପ୍ରଚଳ ନହେବା କାରଣରୁ, ଶୋଇବା ଘରେ ଅଙ୍ଗାରକାମ୍ଳର ସ୍ତର ବଢିଯାଇଥାଏ। ଫଳରେ ନିଃଶ୍ୱାସ ନେବାରେ ଅସୁବିଧା ହେବା ସହ ନିଦ ହେବାର ବାଧାପ୍ରାପ୍ତ ହୋଇଥାଏ।
    ଏଥିପାଇଁ ଗବେଷକମାନେ ୧୭ ଜଣ ଛାତ୍ରଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ। ଏହି ଛାତ୍ରମାନେ କିଏ କିଏ ଝରକା କବାଟ ଖୋଲା ରଖି ଶୋଉଥିଲେ ତ ଆଉ କେତେକ ବନ୍ଦ କରି ଶୋଉଥିଲେ। ଏହାପରେ ଗବେଷକ ସେମାନଙ୍କର ଶୋଇବା ଘରର ତାପମାତ୍ରା ଅନୁଧ୍ୟାନ କରୁଥିଲେ। ଏମିତି ଅନୁଧ୍ୟାନରୁ ଜଣାପଡିଲା ଯେ, କବାଟ ଓ ଝରକା ବନ୍ଦ ହେବାଫଳରେ ଶୋଇବା ଘରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ପାଇଥାଏ। କିନ୍ତୁ କବାଟ କିମ୍ବା ଝରକା ଖୋଲା ରହିଲେ ଅଙ୍ଗାରକାମ୍ଳରସ୍ତର ହ୍ରାସ ହୋଇଥାଏ। ଏହାପୂର୍ବରୁ ‘କୋପେନହେଗନ ସ୍କୁଲ୍ ଅଫ ଡିଜାଇନ ଆଣ୍ଡ ଟେକନୋଲୋଜି’ ମଧ୍ୟ ଅଧ୍ୟୟନ ଦ୍ୱାରା ଜାଣିପାରିଥିଲା ଯେ, ଯଦି ଶୋଇବା କବାଟ ଝରକା ଖୋଲା ରହିଲେ ସେଠାରେ ସତେଜ ବାୟୁର ଚଳପ୍ରଚଳ ବୃଦ୍ଧିପାଇଥାଏ। ଫଳରେ ଭଲ ନିଦ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ