Friday, October 18, 2024
25 C
Odisha

    ତାତି ପାଇଁ ସତର୍କ ସ୍ୱାସ୍ଥ୍ୟ ବିଭାଗ । ପ୍ରତି ହସ୍ପିଟାଲରେ ଅଂଶୁଘାତ ଲାଗି ସ୍ୱତନ୍ତ୍ର ବେଡ୍ ରଖିବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ରାଜ୍ୟରେ ବଢୁଛି ତାପମାତ୍ରା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଏଥିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିବା ସହ ଅଂଶୁଘାତ ପାଇଁ ପ୍ରସ୍ତୁତ ରହିବାକୁ ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ତାପମାତ୍ରା ବଢୁଥିବାରୁ ବରିଷ୍ଠ ନାଗରିକ ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ଅଂଶୁଘାତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସଓପି ଜାରି କରାଯିବା ସହ ସବୁ ମେଡିକାଲରେ ଔଷଧ ସହ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ତାପମାତ୍ରା ଯେତିକି ରହିବା କଥା, ହଠାତ୍ ତାଠାରୁ ୨ରୁ ୪ ଡିଗ୍ରୀ ଅଧିକ ବଢିଗଲା । ଦିନ ଓ ରାତିର ତାପମାତ୍ରା ବଢିବାରେ ଲାଗିଛି । ଆଜି ସକାଳ ୯ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୨ ଡିଗ୍ରୀ ଛୁଇଁଛି । ଗତକାଲି ଭୁବନେଶ୍ୱରରେ ପାରଦ ୩୭ ଡିଗ୍ରୀ ରହିଥିଲା । ଆଜି ତାପମାତ୍ରା ଆହୁରି ୨ ଡିଗ୍ରୀ ବଢିପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଗତକାଲି ରାଜ୍ୟର ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଆଗକୁ ମଧ୍ୟ ଏପରି ତାତି ଲାଗି ରହିବ ବୋଲି ଜଣାପଡ଼ିଛି । ହେଲେ ଆସନ୍ତାକାଲି ପଶ୍ଚିମାଝଡ଼ ପ୍ରଭାବରେ ଉତର ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ