Thursday, September 19, 2024
25.2 C
Odisha

    ହାତରେ ରହିଛି ସୁସ୍ଥ ରହିବାର ରହସ୍ୟ । ତାଳି ମାରନ୍ତୁ, ସୁସ୍ଥ ରୁହନ୍ତୁ

    ଆଗକୁ ପଢନ୍ତୁ

    କୌଣସି ଇଭେଣ୍ଟଠାରୁ ଆରମ୍ଭ କରି ଖେଳ କୁଦ , ଧର୍ମ ସମ୍ମିଳନୀ ସବୁଠି ତାଳିବାର ଗୁରୁତ୍ୱ ରହିଛି । କିନ୍ତୁ ଆପଣ ଜାଣନ୍ତି କି ତାଳି ମାଣିଷର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ । ଅନେକ ସ୍ୱାସ୍ଥ୍ୟ ସର୍ମ୍କୀୟ ଗବେଷଣାରୁ ଏହାର ପ୍ରମାଣ ମିଳିଛି ।

    ୨୦୧୭ ସେପ୍ଟେମ୍ବରରେ ‘ସାଇକୋଲୋଜି ଆଣ୍ଡ ବିହେବିୟରାଲ ସାଇନ୍ସ ଇଣ୍ଟରନ୍ୟାସନାଲ’ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତାଳି ମାରିବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭପ୍ରଦ । ଏହି ରିପୋର୍ଟରେ ପାର୍କରେ ଏକାଠି ତାଳି ମାରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥିବାର ପ୍ରକାଶ ପାଇଥିଲା । ତାଳି ମାରିଥିବା ଲୋକଙ୍କର ଯେତେେବେଳେ ଏମଆରଆଇ କରାଯାଇଥିଲା । ସେତେବେଳେ ସେମାନଙ୍କ ମସ୍ତିଷ୍କ ବେଶ୍ ସକ୍ରିୟ ଥିବାର ଦେଖାଯାଇଥିଲା । ତାଳି ମାରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଜୁବୁତ୍ ହେବା ସହ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ ବୋଲି ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଥିଲା ।

    ଆକ୍ୟୁପ୍ରେସର ଅନୁସାରେ, ତାଳି ମାରିବା ଦ୍ୱାରା ସବୁ ପ୍ରେସର ପଏଣ୍ଟ ଉପରେ ପ୍ରଭାବ ପଡିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଭଲ ହୋଇଥାଏ ।

    ନିୟମିତ ତାଳି ବଜାଇବା ଦ୍ୱାରା ଶରୀରର ବ୍ୟାଡ୍ କୋଲେଷ୍ଟ୍ରଲ କମ୍ ହୋଇଥାଏ । ଏହାଦ୍ୱାରା ଉଚ୍ଚ ରକ୍ତଚାପ, ହୃଦରୋଗ ଓ ଶ୍ୱାସରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ପେଟରେ ଯଦି କୌଣସି ପ୍ରକାର ସମସ୍ୟା ରହିଛି , ତାଳି ବଜାଇବା ଦ୍ୱାରା ଏହା ଭଲ ହୁଏ । ନିୟମିତ ୩୦ ମିନିଟ୍ ତାଳି ବଜାଇବା ଦ୍ୱାରା ମଧୁମେହ, ଅବସାଦ, ଆଣ୍ଠୁଗଣ୍ଠିବାତ, ଅନିଦ୍ରା, ଅକାଳରେ କେଶ ଝଡିବା ସମସ୍ୟାରୁ ମୁକ୍ତି ମିଳିଥାଏ । ତାଳି ବଜାଇବା ଶିଶୁମାନଙ୍କ ପାଇଁ ମଧ୍ୟ ବେଶ୍ ଭଲ ହୋଇଥାଏ । ଏହା କୁନି ପିଲାଙ୍କ ଏକାଗ୍ରତା ଚଢାଇବାରେ ସାହାଯ୍ୟ କରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ