Thursday, April 2, 2026
25.4 C
Odisha

    ଲୋକଙ୍କୁ ଅସ୍ତ ବ୍ୟସ୍ତ କରୁଛି କାଶ

    ଆଗକୁ ପଢନ୍ତୁ

    ଲୋକଙ୍କୁ ଅସ୍ତ ବ୍ୟସ୍ତ କରୁଛି କାଶ । ଜ୍ବର କମିଯାଉଛି ହେଲେ ଲମ୍ବା ସମୟ ଧରି ଲୋକେ ଖୁଁ ଖାଁ ହେଉଛନ୍ତି। ଦୀର୍ଘ ଦିନ ଧରି କାଶ ଛାଡ଼ୁନି। ସାଧାରଣ ଫ୍ଲୁ, ଡେଙ୍ଗୁ, ମ୍ୟାଲେରିଆ, ସ୍କ୍ରବ୍ ଟାଇଫସ୍‌ ଆଦି ରୋଗ ସନ୍ଦେହରେ ଚଳିତବର୍ଷ ରାଜ୍ୟର ଅଧା ଅଞ୍ଚଳର ଲୋକମାନେ ବିଭିନ୍ନ ଟେଷ୍ଟ କରି କରି ଥକିଗଲେଣି। ଏସବୁକୁ ନେଇ ଚିନ୍ତା ବଢ଼ୁଥିବାରୁ ଏହା ଉପରୁ ପରଦା ଉଠାଇଛନ୍ତି ବିଶେଷଜ୍ଞ। ସେମାନଙ୍କ ମତରେ ଇନ୍‌ଫ୍ଲୁଏଞ୍ଜା ପାଇଁ ଲୋକଙ୍କଠାରୁ ଲମ୍ବା ସମୟ ପାଇଁ କାଶ ଛାଡ଼ୁ ନାହିଁ। ଇନ୍‌ଫ୍ଲୁଏଞ୍ଜା ରୋଗ ଫ୍ଲୁ ନାମରେ ମଧ୍ୟ ପରିଚିତ । ସ୍ତନ୍ୟପାୟୀ ପ୍ରାଣୀ ଓ ପକ୍ଷୀମାନଙ୍କର ଇନ୍‌ଫ୍ଲୁଏଞ୍ଜା ଏକ ସଂକ୍ରାମକ ରୋଗ । ଏହି ରୋଗକୁ ସାଧାରଣ ଶର୍ଦ୍ଦି ରୋଗ ସହ ଭ୍ରମ ହୁଏ କିନ୍ତୁ ଏହା ଶର୍ଦ୍ଦି ଅପେକ୍ଷା ଗୁରୁତର ରୋଗ ଓ ଏହାର ଭୁତାଣୁ ମଧ୍ୟ ସମାନ ନୁହେଁ । ବେଳେ ବେଳେ ନିମୋନିଆ ଭୁତାଣୁଦ୍ୱାରା ଇନ୍‌ଫ୍ଲୁଏଞ୍ଜା ରୋଗ ନିମୋନିଆ ରୋଗକୁ ରୁପାନ୍ତରିତ ହୋଇଯାଏ, ଏପରିକି ଅତି ସୁସ୍ଥ ଲୋକକୁ ମଧ୍ୟ ଆକ୍ରମଣ କରେ ।
    ତେବେ ଆରଏମ୍‌ଆରସିର ନିର୍ଦେଶିକା କହିଛନ୍ତି, ଇନ୍‌ଫ୍ଲୁଏଞ୍ଜା ଏ ଓ ବି ରେ ପରିବର୍ତ୍ତନ ଆସିଛି। କୋଭିଡ୍‌ ପରେ ଲୋକମାନେ ସଚେତନ ହୋଇଥିବାରୁ ସେମାନେ ନିଜର ପରୀକ୍ଷା କରୁଛନ୍ତି। ତେବେ ଯେତିକି ରିପୋର୍ଟିଂ ମାମଲା ରହିଛି ସେଥିରୁ ଜଣାପଡ଼ୁଛି ଯେ ଲୋକଙ୍କଠାରେ ଦୀର୍ଘଦିନ ପର୍ଯ୍ୟନ୍ତ କାଶ ଲାଗି ରହୁଛି। ହେଲେ ନିମୋନିଆ ଦେଖିବାକୁ ମିଳୁନାହିଁ। ଏହା ଉପରେ ଅଧିକ ଗବେଷଣା କରିବା ଲାଗି ଯେଉଁସବୁ ହସ୍ପିଟାଲରୁ ନମୁନା ଆର୍‌ଏମ୍‌ଆର୍‌ସିକୁ ଆସିଥିଲା ସେମାନଙ୍କୁ ରୋଗୀଙ୍କ କ୍ଲିନିକାଲ ଲକ୍ଷଣସବୁ ପଠାଇବାକୁ ପତ୍ର ଲେଖାଯାଇଛି। ହସ୍ପିଟାଲମାନେ ଏସବୁ ପଠାଇବା ପରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଆରଏମ୍‌ଆରସିର ନିର୍ଦେଶିକା କହିଛନ୍ତି ।

    ଇନ୍‌ଫ୍ଲୁଏଞ୍ଜାର ଯଥେଷ୍ଟ ପରୀକ୍ଷା ହେଉନାହିଁ। ତେଣୁ ନିର୍ଦ୍ଦିଷ୍ଟ ଭାବେ କେଉଁ ଭୂତାଣୁ ପାଇଁ ଏଭଳି ସମସ୍ୟା ସୃଷ୍ଟି ହେଉଛି ଏକଥା କହିବା ମୁସ୍କିଲ୍‌। ସାର୍ସ ସିଭିୟର ଆକ୍ବାର୍ଡ ରେସ୍ପିରେଟୋରି ସିଣ୍ଡ୍ରୋମ୍‌ ଯିବା ପରେ ଲୋକମାନଙ୍କଠାରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଥିଲା। ଏହାସହ ପ୍ରଦୂଷଣ ମଧ୍ୟ ଏଭଳି ସମସ୍ୟାର ଅନ୍ୟତମ ପ୍ରମୁଖ କାରଣ। ଲୋକମା‌ନେ ଏଥିପ୍ରତି ସତର୍କ ରହିବା ଆବଶ୍ୟକ। ବିଶେଷକରି ସମ୍ବେଦନଶୀଳ ବ୍ୟକ୍ତିମାନେ ବାହାରକୁ ଗଲେ ମାସ୍କ ପରିଧାନ କରିବା ଉଚିତ୍ ବୋଲି ଡାକ୍ତର କହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇନ୍‌ଫ୍ଲୁଏଞ୍ଜା ‘ଏ’ ହେଉଛି ଗୁରୁତ୍ବପୂର୍ଣ୍ଣ। ଭୂତାଣୁମାନଙ୍କ ନିୟମିତ ବ୍ୟବଧାନରେ ମ୍ୟୁଟେସନ୍ ହୋଇଥାଏ। ତେବେ କିଛି ବ୍ୟକ୍ତିଙ୍କଠାରେ ଭାଇରାଲ ସଂକ୍ରମଣ ହେବା ପରେ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଥାଏ। ସଂକ୍ରମଣ ପାଇଁ ସେମାନଙ୍କ ଛାତିରେ ଇନ୍‌ଫ୍ଲାମେସନ୍ ହୋଇ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଏ ଦୃଷ୍ଟିରୁ ଲୋକଙ୍କଠାରେ ଦୀର୍ଘଦିନ ପାଇଁ କାଶ ଲାଗି ରହୁଛି।

    ମୌସୁମୀ ଋତୁରେ ସାଧାରଣତଃ ଲୋକମାନଙ୍କଠାରେ ଥଣ୍ଡା, ଜ୍ବର ଦେଖିବାକୁ ମିଳିଥାଏ। ହେଲେ ଚଳିତବର୍ଷ ବିଭିନ୍ନ ଜ୍ବରରେ ଆକ୍ରାନ୍ତ ରୋଗୀ ସୁସ୍ଥ ହେବା ପରେ ମଧ୍ୟ ଦୀର୍ଘ ଦିନ ପାଇଁ କାଶ ଲାଗି ରହୁଛି। ବିଭିନ୍ନ ଚିକିତ୍ସା ପଦ୍ଧତି ଆପଣାଇଲେ ବି କାଶ ଥମୁନାହିଁ। ଯାହାକୁ ନେଇ ଲୋକମାନଙ୍କ ଭିତରେ ଏକ ଅଜଣା ଭୟ ସୃଷ୍ଟି ହେଲାଣି। ଆରଏମ୍‌ଆରସି ପକ୍ଷରୁ ଲୋକମାନଙ୍କଠାରେ ଏଭଳି ପରିବର୍ତ୍ତନକୁ ନେଇ ଅନୁଧ୍ୟାନ କରାଯାଇଥିଲା। ଯେତେ‌ସବୁ ନମୁନା ଆରଏମ୍‌ଆରସିକୁ ପଠାଯାଇଥିଲା ତହିଁରୁ ସ୍ପଷ୍ଟ ହୋଇଛି ଯେ ପ୍ରତିବର୍ଷ ଇ‌ନ୍‌ଫ୍ଲୁଏଞ୍ଜାରେ ବ୍ୟବାହାରିକ ପରିବର୍ତ୍ତନ ଆସୁଛି। ଯାହାଫଳରେ ଲୋକମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ପ୍ରତିରୋଧ ଶକ୍ତି କମ୍ ଥିବା ଲୋକମାନଙ୍କୁ ଇନ୍‌ଫ୍ଲୁଏଞ୍ଜା ଟିକା ଦେବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ