Saturday, October 17, 2026
30.5 C
Odisha

    ୧୯ରୁ ପୁଣି ଗ୍ରୀଷ୍ମ ଲହରୀ, ୨ ସପ୍ତାହ ଜାଳିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୁଣିଥରେ ତାତି ଉପରମୁହାଁ ହୋଇଛି। ଗତ ୩ ଦିନ ହେବ ରାଜ୍ୟରେ ତାତିର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଗୁରୁବାର ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଅନ୍ୟପଟେ ଏହି ସ୍ଥିତି ଆହୁରି ବଢ଼ିବା ସହ ଆସନ୍ତା ୧୯ରୁ ରାଜ୍ୟରେ ଗ୍ରୀଷ୍ମ ଲହରୀ ସ୍ଥିତି ଆରମ୍ଭ ହୋଇଯିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। କେନ୍ଦ୍ରର ସୂଚନା ଅନୁଯାୟୀ, ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଏହାସହିତ ସାମୁଦ୍ରିକ ବାୟୁ ପ୍ରବାହ ଦୁର୍ବଳ ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ଯାଏଁ ତାତି ବୃଦ୍ଧି ସହ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ପାଗ ଅନୁକୂଳ ରହିଛି। ଏହାସହିତ ଆଇଏମ୍‌ଡିର ବିସ୍ତାରିତ ପରିସର ଆକଳନରେ ମଧ୍ୟ ତାତି ବୃଦ୍ଧି ନେଇ ଆଶଙ୍କା କରାଯାଇଛି। ଏହି ଆକଳନରେ କୁହାଯାଇଛି ଯେ ଦ୍ୱିତୀୟ ସପ୍ତାହରେ ୨୪-୩୦ତାରିଖ ମଧ୍ୟରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପିଜିବ। ଅନ୍ୟପଟେ ତାତିକୁ ଦୃଷ୍ଟିରେ ରଖି ୧୯ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଗ୍ରୀଷ୍ମ ଲହରୀ ଜନିତ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୯ ତାରିଖଥ ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟରୂଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ର କହିଛି ଗ୍ରୀଷ୍ମ ଲହରୀ ସ୍ଥିତି ସମୟରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭ରୁ ୩୯ ଡିଗ୍ରୀ ସେଲ୍‌ସିୟସ ରହିବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୯ରୁ ୪୩ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିବାର ଆଶଙ୍କା ରହିଛି। ଏହି ସମୟରେ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୨ରୁ ୩ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ। ସେହିପରି ଉପକୂଳ ଓଡ଼ିଶାରେ ଆର୍ଦ୍ରତା ରହିବା ହେତୁ ଗୁଳୁଗୁଳିର ମଧ୍ୟ ଆଶଙ୍କା ରହିଛି। ଏଥିପାଇଁ ଦିନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବାହାରକୁ ଗଲେ ସତର୍କତା ଅବଲମ୍ବନ କରିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    57 %
    2.1kmh
    74 %
    Sat
    28 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ