Saturday, October 10, 2026
24.5 C
Odisha

    ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା : ଇଡିର ଅଷ୍ଟମ ଚାର୍ଜସିଟରେ ସିଏମ କେଜ୍ରିୱାଲଙ୍କ ନାମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଏଥିରେ ଆମ୍ ଆଦମୀ ପାର୍ଟି (ଆପ୍)କୁ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଛି। ଦେଶରେ ପ୍ରଥମ ଥର ଏକ ଦୁର୍ନୀତି ମାମଲାରେ ଏକ ରାଜନୈତିକ ଦଳକୁ ଅଭିଯୁକ୍ତ କରାଯାଇଛି । ଇଡି ସ୍ୱତନ୍ତ୍ର କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରିଛି ଏବଂ ମନି ଲଣ୍ଡରିଂ ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁରୋଧ କରିଛି। ସୂଚନାଯୋଗ୍ୟ, ତଦନ୍ତକାରୀ ସଂସ୍ଥା ମାର୍ଚ୍ଚ ୨୧ରେ ଆପର ଜାତୀୟ ଆବାହକ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା । ସେ ବର୍ତ୍ତମାନ ଅନ୍ତରୀଣ ଜାମିନରେ ଜୁନ୍ ୧ ପର୍ଯ୍ୟନ୍ତ ଜେଲରୁ ମୁକ୍ତ ହୋଇଛନ୍ତି। ଏହି ମାମଲାରେ ଇଡିର ଏହା ହେଉଛି ଅଷ୍ଟମ ଚାର୍ଜସିଟ୍। କେନ୍ଦ୍ରୀୟ ସଂସ୍ଥା ଏପର୍ଯ୍ୟନ୍ତ ୧୮ ଜଣଙ୍କୁ ଗିରଫ କରିଛି। ଗତ ସପ୍ତାହରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତା ଓ ଅନ୍ୟ ଚାରି ଜଣଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ ଦାଖଲ କରିଥିଲା ଇଡି। ଇଡି ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅବକାରୀ ଦୁର୍ନୀତି ମାମଲାର ମାଷ୍ଟରମାଇଣ୍ଡ ଏବଂ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କହିଥିଲା। କେଜ୍ରିୱାଲ ଦିଲ୍ଲୀର ସରକାରୀ ମନ୍ତ୍ରୀ, ଆପ୍ ନେତା ଏବଂ ଅନ୍ୟମାନଙ୍କ ସହ ମିଶି ଏହି ଷଡ଼ଯନ୍ତ୍ର କରିଛନ୍ତି ବୋଲି କେନ୍ଦ୍ରୀୟ ସଂସ୍ଥା ଅଭିଯୋଗ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ