Sunday, October 4, 2026
28.6 C
Odisha

    ଚର୍ଚ୍ଚାରେ ବିଶ୍ୱର ଏକମାତ୍ର ହାତ ନଥିବା ମହିଳା ତୀରନ୍ଦାଜ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଶ୍ୱର ଏକମାତ୍ର ହାତ ନଥିବା ମହିଳା ତୀରନ୍ଦାଜ ଶୀତଲ ଦେବୀ ପ୍ୟାରିସ ଅଲିମ୍ପିକ୍ସରେ ପ୍ରବେଶ କରି ନିଜର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି।

    ବିନା ହାତରେ ତୀରନ୍ଦାଜ କରୁଥିବା ୧୬ ବର୍ଷୀୟ ଶୀତଲ ଦେବୀ ଆର୍ଚେରୀର ଯୋଗ୍ୟତା ରାଉଣ୍ଡରେ ୭୦୩ ପଏଣ୍ଟ ସ୍କୋର କରି ଶୀତଲ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ। ପ୍ରଥମ ରାଉଣ୍ଡରେ ଶୀତଲ ଦେବୀ ୫୯, ୫୯, ୫୮, ୫୬, ୫୯, ୫୭ ସ୍କୋର କରିଥିବାବେଳେ ଦ୍ୱିତୀୟାର୍ଦ୍ଧରେ ସେ ୬୦, ୫୭, ୬୦, ୫୯, ୬୦, ୫୯ ସ୍କୋର କରିଥିଲେ। ଏଭଳି ସୁନ୍ଦର ପ୍ରଦର୍ଶନ ପରେ ବର୍ତ୍ତମାନ ଶୀତଲଙ୍କ ସହିତ ଦେଶବାସୀ ବି ପାରାଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିବା ନେଇ ଆଶା ରଖିଛନ୍ତି।

    ଶୀତଲ ହେଉଛନ୍ତି ଏକମାତ୍ର ହାତ ନଥିବା ଅନ୍ତର୍ଜାତୀୟ ମହିଳା ତୀରନ୍ଦାଜ। ଯିଏକି ନିଜର ଗୋଡ଼ ସାହାଯ୍ୟରେ ଚମତ୍କାର ତୀରନ୍ଦାଜ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

    ଶୀତଲଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ଜମ୍ମୁ-କଶ୍ମୀରର କିଶତୱାର ଜିଲ୍ଲାର ଛୋଟିଆ ଗାଁ ଲୋଇ ଧରରେ ସେ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ଦିନରୁ ଶୀତଲ ଫୋକୋମେଲିୟା ସିଣ୍ଡ୍ରୋମ ନାମକ ଦୁର୍ଲଭ ରୋଗରେ ପୀଡ଼ିତ ଥିଲେ। ଯେଉଁ କାରଣରୁ ତାଙ୍କର ଦୁଇହାତ ବିକାଶ ହୋଇ ନଥିଲା। ଏହା ସତ୍ତ୍ବେ ବି ସେ ହାର ମାନି ନଥି‌ଲେ। ନିଜ ଉପରେ ଆତ୍ମବିଶ୍ବାସ ରଖି ନିଜ ଲକ୍ଷ୍ୟପଥରେ ଆଗେଇ ଚାଲିଥିଲେ। ଯେଉଁଥିପାଇଁ ସେ ଆଜି ଏପରି ଏକ ସଫଳତାର ପାହାଚ ଚଢ଼ି ଦେଶର ନାମ ରଖିଛନ୍ତି।

    ଶୀତଲଙ୍କ କ୍ରୀଡ଼ା ଯାତ୍ରା ୨୦୧୯ରୁ ଆରମ୍ଭ ହୋଇଥିଲା। ଗୋଡ଼ରେ ତୀରନ୍ଦାଜ ଶିକ୍ଷା ପରେ ୨୦୨୨ରେ ସେ ତୀର ଠିକ ଭାବେ ଚଳାଇବା ସହ ଜାତୀୟ ଚାମ୍ପିୟନସିପରେ ନିଜ ଜଲୱା ଦେଖାଇ ପାରିଥିଲେ। ୨୦୨୩ରେ ଶୀତଲ ପାରା ତୀରନ୍ଦାଜ ବିଶ୍ୱ ଚାମ୍ପିୟନସିପରେ ଦେଶ ପାଇଁ ରୌପ୍ୟ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ