Saturday, July 27, 2024
24.5 C
Odisha

    ପେଟେଇକି ଶୋଇବା ଅଭ୍ୟାସ ଅଛି କି? ହୋଇପାରେ ଏହି ସମସ୍ୟା

    ଆଗକୁ ପଢନ୍ତୁ

    ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟପେୟ ଯେତିକି ଜରୁରୀ ସୁନିଦ୍ରା ମଧ୍ୟ ସେତିକି ଆବଶ୍ୟକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଶୋଇବା ପୋଜିସନ୍ ବା ଅବସ୍ଥା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ପରବର୍ତ୍ତୀ ସମୟରେ ଏହା ଅସୁବିଧାର କାରଣ ପାଲଟିଥାଏ । କହିରଖୁଛୁ ସମସ୍ତଙ୍କ ଶୋଇବା ପୋଜିସନ୍ ଭିନ୍ନ ଥାଏ । କେତେ ଜଣ ଚିତ୍ ହୋଇ ଶୋଇଥାନ୍ତି ତ ଆଉ କେତେ ଜଣ କଡ଼ ଲେଉଟାଇ ଏବଂ ପେଟେଇକି ଶୋଇବା ପସନ୍ଦ କରିଥାନ୍ତି । ପେଟେଇକି ଶୋଇବା ଦ୍ୱାରା ଆରାମ ମିଳିଥାଏ ସତ କିନ୍ତୁ ଏହାର ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ପେଟେଇକି ଶୋଇଲେ କେଉଁ ସବୁ ସମସ୍ୟା ଦେଖାଦେଇଥାଏ :

    ୧. ଶରୀରରେ ଯନ୍ତ୍ରଣା: ପେଟେଇକି ଶୋଇବା ଦ୍ୱାରା ଶରୀରର ସମସ୍ତ ଭାର ମେରୁଦଣ୍ଡ ଉପରେ ପଡ଼ିଥାଏ । ଏହା ଦ୍ୱାରା ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦିଏ । ଫଳରେ ବ୍ୟକ୍ତି ଜଣଙ୍କ ପିଠି ଏବଂ ବେକ ଯନ୍ତ୍ରଣାର ଶିକାର ହୋଇଥାଏ । ତେଣୁ ଏହି ପୋଜିସନରେ ଶୋଇବା ଠାରୁ ଦୂରେଇ ରହିବା ଉଚିତ ।

    ୨. ସ୍ତନରେ ଯନ୍ତ୍ରଣା: ସାଧାରଣତଃ ମହିଳାମାନେ ପେଟେଇକି ଶୋଇବା ଦ୍ୱାରା ସ୍ତନ ଉପରେ ଅଧିକ ଚାପ ସୃଷ୍ଟି ହୋଇଥାଏ । ଫଳରେ ସ୍ତନରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେଣୁ ଯେତେ ଦୂର ସମ୍ଭବ ପେଟେଇକି ଶୋଇବା ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ ।

    ୩. ହଜମ ସମସ୍ୟା: ପେଟେଇକି ଶୋଇବା ଦ୍ୱାରା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । ଠିକ୍ ଭାବରେ ହଜମ ନହେବା କାରଣରୁ ପେଟ ଯନ୍ତ୍ରଣା ହୋଇଥାଏ ।

    ୪. ତ୍ୱଚା ସମସ୍ୟା: ପେଟେଇକି ଶୋଇବା ଦ୍ୱାରା ତ୍ୱଚାକୁ ପର୍ଯ୍ୟାପ୍ତ ମାତ୍ରାରେ ଅମ୍ଳଜାନ ମିଳି ନଥାଏ । ଫଳରେ ତ୍ୱଚାରେ ଭାଙ୍ଗ ପଡ଼ିଥାଏ । ଏହା ବ୍ୟତୀତ ତକିଆରେ ଥିବା ମଇଳା ସବୁ ତ୍ୱଚା ସ୍ପର୍ଶରେ ଆସିବା କାରଣରୁ ବ୍ରଣ, ଆଲର୍ଜୀ ଏବଂ ଅନ୍ୟ ସଂକ୍ରମଣ ହୋଇଥାଏ ।

    ଶୋଇବା ପାଇଁ ଉତ୍ତମ ପୋଜିସନ୍ କେଉଁଟା ?

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶୋଇବା ସମୟରେ ଆମକୁ କିଛି କଥା ଉପରେ ଗୁରୁତ୍ୱ ଦେବାକୁ ପଡ଼ିଥାଏ । ଯେମିତିକି ଶୋଇବା ସମୟରେ ବେକ ଏବଂ ମେରୁଦଣ୍ଡର ପୋଜିସନ୍ ସିଧା ରଖିବା ଜରୁରୀ । ପତଳା ତକିଆ ବ୍ୟବହାର କରିବା ଉଚିତ । ଏହା ବ୍ୟତୀତ କଡ଼ ଲେଉଟାଇ ମଧ୍ୟ ଶୋଇପାରିବା । ଏହା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଉତ୍ତମ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ