Saturday, July 27, 2024
24.8 C
Odisha

    ହାତଗଣ୍ଠି ପଡିବା ପୂର୍ବରୁ କରାଇନିଅନ୍ତୁ ଏହି ମେଡିକାଲ ଟେଷ୍ଟ, ନହେଲେ ସାରା ଜୀବନ ପସ୍ତେଇବେ

    ଆଗକୁ ପଢନ୍ତୁ

    ଆପଣମାନେ ବିବାହ ପରେ ଖୁସିରେ ଜୀବନ ବିତାଇବାକୁ ଚାହୁଁଥାନ୍ତି, ତେବେ ବିବାହ ପୂର୍ବରୁ କିଛି ମେଡିକାଲ ଟେଷ୍ଟ କରିବା ନିହାତି ଜରୁରୀ । ଏଥିରେ ଅବହେଳା କଲେ ଆପଣ ବିବାହ ପରେ କେବଳ ହସ୍ପିଟାଲ ବିଲ୍ ଭରଣା କରି ଜୀବନ ବିତାଇବେ । ଏହି ଟେଷ୍ଟ କରିବା ଦ୍ୱାରା ବିବାହ ପରେ ଆପଣଙ୍କୁ ସ୍ୱାସ୍ଥ୍ୟ ସମସ୍ୟାରୁ ନିସ୍ତାର ମିଳିବ । ଏଥିସହିତ ବଂଶାନୁକ୍ରମିକ ରୋଗରୁ ମଧ୍ୟ ମୁକ୍ତି ମିଳିପାରିବ ।

    ୧- ବିବାହ ପୂର୍ବରୁ ଫର୍ଟିଲିଟି ଟେଷ୍ଟ କରିବା ଦ୍ୱାରା ଆପଣଙ୍କର ଭବିଷ୍ୟତର ସନ୍ତାନର ଜନ୍ମ ନେଇ ସମସ୍ୟା ରୁହେ ନାହିଁ । ଯଦି ସମସ୍ୟା ଥାଏ, ତେବେ ତା’ର ଚିକିତ୍ସା କରାଯାଇ ପାରିବ ।

    ୨- ଆଜିକାଲି ଡାଇବେଟିସ୍ ବା ହୃଦ ରୋଗ ଏକ ସାଧାରଣ କଥା । ତେଣୁ ଦମ୍ପତି ବିବାହ ପୂର୍ବରୁ ଫ୍ୟାମିଲି ମେଡିକାଲ ହିଷ୍ଟ୍ରି ଚେକ୍ କରିନେବା ଭଲ ।

    ୩- ବିବାହ ପୂର୍ବରୁ ଥାଲାସେମିଆ ଟେଷ୍ଟ କରିବା ଦ୍ୱାରା ଭବିଷ୍ୟତର ଶିଶୁର ଜନ୍ମ ଦୋଷ ଜଣାପଡ଼ିଥାଏ ।

    ୪- ବିବାହ ପୂର୍ବରୁ ଦମ୍ପତି ମାନସିକ ସ୍ୱାସ୍ଥ୍ୟର ପରୀକ୍ଷା କରିବା ଦରକାର । ଯଦି କୌଣସି ସମସ୍ୟା ରହିଥାଏ ତେବେ ତାହା ବୈବାହିକ ଜୀବନରେ ବାଧା ସୃଷ୍ଟି କରିଥାଏ ।

    ୫- ସୁରକ୍ଷିତ ଯୌନ ସମ୍ବନ୍ଧ ପାଇଁ ବିବାହ ପୂର୍ବରୁ ଏଚଆଇଭି ଓ ଏସଟିଡି ଟେଷ୍ଟ କରାଇବା ନିହାତି ଜରୁରୀ । ଯଦି ଆପଣ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ସିରୋଲୋଜି ସ୍କ୍ରିନିଂ ନିଶ୍ଚିତ ଭାବେ କରି ନିଅନ୍ତୁ ।

    ୬- ଏଥିସହିତ ବ୍ଲଡ ଗ୍ରୁପ ଟେଷ୍ଟ, ଜେନୋଟାଇପ ଟେଷ୍ଟ, ପେଲଭିକ ଅଲଟ୍ରା ସାଉଣ୍ଡ ଟେଷ୍ଟ କରିନେବା ଦରକାର । ପେଲଭିକ ଟେଷ୍ଟ ଦ୍ୱାରା ଗର୍ଭାଶହ, ଗର୍ଭାଶୟ ଗ୍ରୀଭା, ଅଣ୍ଡାଶୟ ଓ ଫେଲୋପିଆନ ଟ୍ୟୁବର ସ୍ଥିତି ବିଷୟରେ ଜଣାପଡ଼ିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ