Saturday, July 19, 2025
32.4 C
Odisha

    ବିଲକୁ ଯାଇ ଚାଷୀଙ୍କ ସହ ଫସଲ କାଟିଲେ ହେମା ମାଳିନୀ

    ଆଗକୁ ପଢନ୍ତୁ

    ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ପ୍ରଚାର ବି ଜୋର ଧରୁଛି । ପ୍ରାର୍ଥୀମାନେ ନିଜ ଢଙ୍ଗରେ ପ୍ରଚାର କରିବାକୁ ଯାଇ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖାଯାଉଛି । ଏହି କ୍ରମରେ ପଛରେ ପଡିନାହାଁନ୍ତି ଅଭିନେତ୍ରୀ । ପ୍ରଚାର କରିବାକୁ ଯାଇ ଜମିରେ ଗହମ କାଟୁଛନ୍ତି ହେମା ମାଳିନୀ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମଥୁରା ଲୋକସଭା କ୍ଷେତ୍ର ପାଇଁ ବିଜେପିରୁ ଟିକେଟ ପାଇଥିବା ହେମା ମାଳିନୀ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ଲୋକଙ୍କ ଭେଟିବା ସହ ସେମାନଙ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି । ଗୁରୁବାର ଏକ ଗାଁକୁ ଯାଇ ସେଠିକାର ମହିଳା ଚାଷୀଙ୍କ ସହ କଥା ହୋଇଥିଲେ ଏବଂ ଗହମ ବିଲରେ ପଶି ଫସଲ କାଟିଥିଲେ । ଏହାକୁ ସେ ଏକ୍ସରେ ସେୟାର କରିବା ସହ ଲେଖିଛନ୍ତି ଯେ, ‘ ମୋତେ ଦେଖି ଏଠିକାର ମହିଳା ମାନେ ବେଶ ଖୁସି ହୋଇଯାଇଥିଲେ ଏବଂ ମୋ ସହ ଫଟୋ ଉଠାଇବାକୁ କହିଥିଲେ’ । ହେମା ମାଳିନୀ ୨୦୧୪ରୁ ମଥୁରାରେ ଜିତି ଆସୁଛନ୍ତି । ସେଠାରେ ତାଙ୍କର ଲୋକପ୍ରିୟତା ରହିଛି । ସେଠିକାର ଲୋକଙ୍କ ପାଇଁ ସେ ବିକାଶମୂଳକ କାମ କରିଥିବାରୁ ଏଥର ମଧ୍ୟ ମଥୁରାରୁ ସେ ଜିତିବେ ବୋଲି ଚର୍ଚ୍ଚା ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    32.4 ° C
    32.4 °
    32.4 °
    61 %
    1.3kmh
    36 %
    Sat
    32 °
    Sun
    30 °
    Mon
    30 °
    Tue
    33 °
    Wed
    31 °

    ସମ୍ବନ୍ଧିତ