Saturday, July 27, 2024
24.6 C
Odisha

    ଓଡିଶାର କଳା, ସଂସ୍କୃତି, ଐତିହ୍ୟ, ଭାସ୍କର୍ଯ୍ୟର ସୁରକ୍ଷା ଦେବାରେ ବିଫଳ ବିଜେଡି ସରକାର : ହେମା ମାଳିନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୭/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିକାଶ ହେଉଛି । ପୂରା ଭାରତର ନୂଆ ନିର୍ମାଣ ହେଉଛି । ଦେଶର ଏମିତି ବିକଶ ଦେଖି ବିଶ୍ୱ ବି ଚକିତ । ଗରିବ, ମହିଳା, ଦଳିତଙ୍କ ପାଇଁ ମୋଦି ଅନେକ ଯୋଜନା କରିଛନ୍ତି । ଓଡ଼ିଶାରେ ଏଥର ବିଜେପି ସରକାର କରିବ । ରାଜ୍ୟର ୨୫ବର୍ଷ ସରକାର ପରିବର୍ତନ ହେବାର ସମୟ ଆସିଛି । ଓଡ଼ିଶାରେ ବର୍ତମାନ ସୁଦ୍ଧା କୌଣସି ବିକାଶ ହୋଇନି । ଓଡିଶାର ବିକାଶ ପାଇଁ ମୋଦି ସରକାର ଗତ ୧୦ ବର୍ଷରେ ୧୮ଲକ୍ଷ କୋଟି ଟଙ୍କା ଓଡିଶାକୁ ଦେଇଛନ୍ତି । ରାଜ୍ୟରେ ବିକାଶର ବାଧକ ସାଜିଛି ବିଜେଡି ସରକାର । ଓଡ଼ିଶାର ବିକାଶ ପାଇଁ ବିଜେପି ସରକାର ଆବଶ୍ୟକ ଅଛି । ଏଠାରେ ପୂର୍ବରୁ କଂଗ୍ରେସର ସରକାର ଥିଲା । ତା’ପରେ ୨୫ବର୍ଷ ଧରି ବିଜେଡି ଶାସନ କରୁଛି । ଓଡ଼ିଶା ଏବେ କେଉଁ ସ୍ଥିତିରେ ଅଛି । ଭ୍ରଷ୍ଟାଚାର ବଢ଼ୁଛି, ବେରୋଜଗାର ବଢ଼ୁଛି । ଓଡ଼ିଶାରେ ସାଂସ୍କୃତିକ ସ୍ଥାନ, ପ୍ରାକୃତିକ ଉପାଦାନ ରହିଛି । ବିଜେଡି ଦୀର୍ଘଦିନ ସରକାର ରହି ମଧ୍ୟ ପର୍ଯ୍ୟଟନର ବିକାଶ କରିନାହିଁ । ପର୍ଯ୍ୟଟନ ପ୍ରତି ବିଜେଡି ସରକାରର ଧ୍ୟାନ ନାହିଁ ବୋଲି ସାଂସଦ ଶ୍ରୀମତୀ ହେମାମାଲିନୀ କହିଛନ୍ତି ।
    ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳି ସାଲିଆ ସାହିର ଜନସଭାକୁ ସମ୍ବୋଧିତ କରି ଭଗବାନ ଶ୍ରୀକୃଷ୍ଣନଗର ମଥୁରା ସାଂସଦ ତଥା ଅଭିନେତା ହେମା ମାଳିନୀ ରାଧେ ରାଧେ କହି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ମୁଁ ଓଡ଼ିଶାକୁ ୨୦୧୯ରୁ ଆସୁଛି । ଓଡ଼ିଶାର କଳା, ସଂସ୍କୃତିରେ ମୁଁ ପ୍ରଭାବିତ । ଓଡ଼ିଶାର ନୃତ୍ୟଗୁରୁଙ୍କ ସହ ମୋର ସାକ୍ଷାତ ହୋଇଛି । ନିର୍ବାଚନ ବେଳେ କେଳୁଚରଣ ମହାପାତ୍ରଙ୍କ କଥାକୁ ମଧ୍ୟ ସ୍ମରଣ କରିଛନ୍ତି । ମୁଁ ଆଜି ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସିଛି । ଓଡିଶାର କଳା, ସଂସ୍କୃତି, ଐତିହ୍ୟ, ଭାସ୍କର୍ଯ୍ୟର ସଠିକ ପ୍ରଚାର କରିବାରେ ବିଜେଡି ସରକାର ବିଫଳ ହୋଇଛି । ଓଡିଶାରେ ବିଜେପି ସରକାର ହେବ, ଓଡ଼ିଶାର ଲୋକେ ବିକାଶର ସ୍ୱାଦ ଚାଖିବେ ବୋଲି ହେମା ମାଳିନୀ କହିଛନ୍ତି । ଶ୍ରୀମତୀ ହେମାମାଳିନୀ ଆଜି କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗର ଏବଂ ପୁରୀ ଲୋକସଭା ଅନ୍ତର୍ଗତ ପିପିଲିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିଛନ୍ତି ।
    ଏହି ଜନସଭାରେ ସାଂସଦ ଅପରାଜିତା ଷଡଙ୍ଗୀ, ପୁରୀ ସାଂସଦ ପ୍ରାର୍ଥୀ ଡା.ସମ୍ବିତ ପାତ୍ର, ଉତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର, ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ, କଟକ ସଦର ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀ ପ୍ରମୁଖଙ୍କ ସମେତ ଅନେକ ନେତା ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ