Friday, October 16, 2026
22.3 C
Odisha

    ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିବା ହେଜବୁଲ୍ଲାର ଦାବି

    ଆଗକୁ ପଢନ୍ତୁ

    ବେରୁତ: ଇସ୍ରାଏଲ ସେନାର ଗୁଇନ୍ଦା ଏଜେନ୍ସି ମୋସାଦର ଏକ କାର୍ଯ୍ୟାୟ ଉପରେ ହେଜବୁଲ୍ଲା ବଡ଼ ଧରଣର କ୍ଷେପଣାସ୍ତ୍ର ଆକ୍ରମଣ କରିଥିବା ଦାବି କରିଛି। ଏହାକୁ ନେଇ ଇସ୍ରାଏଲରେ ହଇଚଇ ସୃଷ୍ଟି ହୋଇଛି। ଦକ୍ଷିଣ ଲେବାନନରେ ଇସ୍ରାଏଲର ସ୍ଥଳ ଅଭିଯାନକୁ ବିରୋଧ କରିବା ପାଇଁ ମୋସାଦ ଗୁଇନ୍ଦା ଏଜେନ୍ସିର କାର୍ଯ୍ୟାଳୟକୁ ଟାର୍ଗେଟ କରିଛି ହେଜବୁଲ୍ଲା ।ମିଳିଥିବା ସୂଚନା ଅନୁଯାୟୀ, ହେଜବୁଲ୍ଲା ହର୍ଜଲିଆ ନିକଟରେ ଥିବା ଗ୍ଲିଲୋଟ ବେସ୍ ଉପରେ ‘ଫାଦି-୪’ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। କୁହାଯାଉଛି ଯେ ଆଇଡିଏଫର ସାମରିକ ଗୁଇନ୍ଦା ୟୁନିଟ୍ ଏବଂ ମୋସାଦ ମୁଖ୍ୟାଳୟ ହିଜବୁଲ୍ଲାର ଏହି ଆକ୍ରମଣକୁ ରୋକିବାରେ ବିଫଳ ହୋଇଥିଲେ।ଇସ୍ରାଏଲର ମାଗେନ୍ ଡେଭିଡ୍ ଆଡମ୍ ଆମ୍ବୁଲାନ୍ସ ସେବା ଅନୁଯାୟୀ, ରକେଟ ଆକ୍ରମଣ ପରେ ଇସ୍ରାଏଲର ଏକ ସଡ଼କ ନଷ୍ଟ ହୋଇଯାଇଛି। ଆମ୍ବୁଲାନ୍ସ ସେବା ପକ୍ଷରୁ କୁହାଯାଇଛି ଯେ ଘଟଣାସ୍ଥଳରେ ଜଣେ ବସ୍ ଡ୍ରାଇଭର ଓ ଅନ୍ୟ ଜଣେ ଗାଡ଼ି ଚାଳକଙ୍କ ସମେତ ଦୁଇ ଜଣ ଆହତ ହୋଇଥିଲେ। ଫାଦି-୪ ହେଉଛି ହିଜବୁଲ୍ଲାର ସବୁଠାରୁ ମାରାତ୍ମକ କ୍ଷେପଣାସ୍ତ୍ର।

    ଇରାନର ମେହର ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ମଙ୍ଗଳବାର ସକାଳେ ଇସ୍ରାଏଲ ଉପରେ ହେଜବୁଲ୍ଲାର କ୍ଷେପଣାସ୍ତ୍ର ଆକ୍ରମଣ ପରେ ତେଲ ଆଭିବରେ ସାଇରନ୍ ବାଜିଥିଲା। ତେଲ ଅବିବ ସମେତ ଅଧିକୃତ ପାଲେଷ୍ଟାଇନର କେନ୍ଦ୍ରୀୟ ଅଞ୍ଚଳରେ ଆଲର୍ଟ ସାଇରନ୍ ବାଜିବା ରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ