Sunday, October 4, 2026
24.3 C
Odisha

    ଲୋକେ ଆମକୁ ଛାଡ଼ି ଡଲି ଚାଏୱାଲା ସହ ସେଲଫି ନେଉଥିଲେ: ଅଲମ୍ପିକରେ ବ୍ରୋଞ୍ଜ ଜିତିଥିବା ହକି ଖେଳାଳି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଯେତେବେଳେ ଭାରତର ହକି ଟିମ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତି ବିମାନବନ୍ଦରରେ ପହଞ୍ଚିଥିଲେ, ସେତେବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କୁ ଛାଡ଼ି ଡଲି ଚାଏୱାଲା ସହ ସେଲଫି ନେଉଥିଲେ । ଭାରତୀୟ ହକି ଦଳର ମିଡଫିଲ୍ଡର ହାର୍ଦ୍ଦିକ ସିଂ ଏବେ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସେ ଏବଂ ତାଙ୍କର ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ଦଳ ବିମାନବନ୍ଦରରେ ଥିଲେ, ସେଠାରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ। ସେଠାରେ ଥିବା ଲୋକମାନେ ଡଲି ଚାଏୱାଲାଙ୍କ ସହ ସେଲଫି ନେବାକୁ ଅଧିକ ଆଗ୍ରହ ଦେଖାଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଲୋକଙ୍କ ଖେଳ ପ୍ରତି ମନୋଭାବ, ବିଶେଷକରି କ୍ରିକେଟ୍ ବ୍ୟତୀତ କ୍ରୀଡ଼ାରେ ଖେଳାଳିଙ୍କ ପରିଚୟ ଏବଂ ସମ୍ମାନକୁ ନେଇ ଏକ ବଡ଼ ବିତର୍କ ସୃଷ୍ଟି କରିଛି।

    ଏସଏମଟିଭିର ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଏହି ଘଟଣା ବିଷୟରେ ଉଲ୍ଲେଖ କରିଥିଲେ ହାର୍ଦ୍ଦିକ ସିଂ | ସେ କହିଥିଲେ ଯେ ହରମନପ୍ରୀତ ସିଂ ଏବଂ ମନଦୀପ ସିଂଙ୍କ ଭଳି ହକି ତାରକାଙ୍କ ସହ ସେ ବିମାନବନ୍ଦରରେ ଉପସ୍ଥିତ ଥିଲେ । କିନ୍ତୁ ସେଠାରେ ଥିବା ଲୋକମାନେ ତାଙ୍କୁ ଅଣଦେଖା କରି ଡଲି ଚାଏୱାଲାଙ୍କ ସହ ସେଲଫି କ୍ଲିକ୍ କରିବାରେ ବ୍ୟସ୍ତ ଥିଲେ। ଭାରତ ପାଇଁ ହରମାନପ୍ରୀତ ୧୫୦ରୁ ଅଧିକ ଗୋଲ ସ୍କୋର କରିଛନ୍ତି। ମନଦୀପ ୧୦୦ରୁ ଅଧିକ ଗୋଲ୍ ସ୍କୋର କରିଛନ୍ତି। ତଥାପି ଆମକୁ କେହି ଚିହ୍ନି ପାରିଲେ ନାହିଁ | ହାର୍ଦ୍ଦିକ ସିଂଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଲୋକ ଦୁଃଖପ୍ରକାଶ କରିଥିବା ଦେଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ