Saturday, October 10, 2026
27.9 C
Odisha

    ବାଂଲାଦେଶରେ ହିନ୍ଦୁ ଶିକ୍ଷକଙ୍କୁ ଇସ୍ତଫା ଦେବାକୁ କରାଯାଉଛି ବାଧ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ଜାରି ରହିଛି। ଆକ୍ରମଣ ଓ ଅତ୍ୟାଚାରର ସାମ୍ନା କରିବା ପରେ ଏଣିକି ସଂଖ୍ୟାଲଘୁ ସମ୍ପ୍ରଦାୟର ସରକାରୀ ଚାକିରିଆଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି। ଯିଏ ଇସ୍ତଫା ଦେଉ ନାହାନ୍ତି ତାଙ୍କୁ ନିର୍ଯାତନା ପରେ ନିର୍ଯାତନା ଦିଆଯାଉଛି। ଅଗଷ୍ଟ ୫ରୁ ନେଇ ଏଯାବତ ପାଖାପାଖି ୫୦ଜଣ ହିନ୍ଦୁ ଶିକ୍ଷକଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଛି।
    ବାଂଲାଦେଶ ହିନ୍ଦୁ ବୁଦ୍ଧିଷ୍ଟ ଖ୍ରୀଷ୍ଟିଆନ ଓଇକ୍ୟା ପରିଷଦର ଛାତ୍ର ସଙ୍ଗଠନ ଗତ ଶନିବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଯେଉଁଥିରେ ଇସ୍ତଫା ଦେଇଥିବା ଶିକ୍ଷକଙ୍କ ସୂଚନା ପ୍ରଦାନ କରାଯାଇଥିଲା। ଏହି କ୍ରମରେ ସରକାରୀ ବକରଙ୍ଗଞ୍ଜ କଲେଜର ପ୍ରିନ୍ସପାଲ ଶୁକ୍ଲା ରାଏ ଇସ୍ତଫା ଦେଇଛନ୍ତି।

    ଶୁକ୍ଲା ରାଏଙ୍କୁ ଏକ ଖାଲି କାଗଜରେ ବାଧ୍ୟ କରାଯାଇ ଲେଖାଯାଇଥିଲା କି, ‘ମୁଁ ଇସ୍ତଫା ଦେଉଛି।’ ଏହି ତିନିଟି ଶବ୍ଦ‌ରେ ରାଏଙ୍କ ଠାରୁ ଇସ୍ତଫା ନିଆଯାଇଥିଲା। ପ୍ରିନ୍ସପାଲ ଶୁକ୍ଲା ରାଏ ଇସ୍ତଫା ଦେବା ସମୟର ଏକ ଫଟୋ ବି ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି।

    ସରକାରଙ୍କ ସୂତ୍ରରୁ ପ୍ରକାଶ, ସମଗ୍ର ଦେଶରେ ବି‌ଶେଷ ଭାବେ ସଂଖ୍ୟାଲଘୁ ଶିକ୍ଷକମାନେ ଶାରୀରିକ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଯାହା ଦ୍ୱାରା ୩୦ଅଗଷ୍ଟ ସୁଦ୍ଧା ଅତି କମରେ ୫୦ଜଣ ଶିକ୍ଷକ ଇସ୍ତଫା ଦେଇଛନ୍ତି। ଏଥିମଧ୍ୟରୁ ୧୯ ଜଣ ଶିକ୍ଷକଙ୍କୁ ପୁନଃ ସ୍ଥାପିତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ