Saturday, October 10, 2026
27.9 C
Odisha

    ମଥୁରା ଶାହି ଇଦଗାହ ମସଜିଦକୁ ଉଡ଼ାଇବାକୁ ଧମକ

    ଆଗକୁ ପଢନ୍ତୁ

    ମଥୁରା: ମଥୁରାର ଶାହି ଇଦଗାହ ମସଜିଦକୁ ବୋମାମାଡ଼ କରି ଉଡ଼ାଇବାକୁ ଜଣେ ଯୁବକ ଧମକ ଦେଇଛି। ଯୁବକ ଜଣକ ଏହା କହିବା ପରେ ଦୌଡ଼ି ଯାଇ ଏକ କାର୍ ରେ ବସି ନିଜ ଉପରେ ପେଟ୍ରୋଲ ଢାଳି ଦେଇଥିଲା। ତେବେ ପୁଲିସ ତତ୍ପରତା ଦେଖାଇ ଯୁବକକୁ ଗିରଫ କରି ଥାନାକୁ ଆଣିଥିଲା। ପଚରାଉଚରାରେ ଯୁବକ ଜଣକ ତାଙ୍କ ନାମ ପୁଷ୍ପେନ୍ଦ୍ର ଚୌଧୁରୀ ବୋଲି କହିଛନ୍ତି। ଅଭିଯୁକ୍ତକୁ ପଚରାଉଚରା କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି।
    ପୁଲିସ ସୂଚନା ଅନୁଯାୟୀ, ସେ ମଥୁରାର ସାହି ଇଦଗାହ ଭାଙ୍ଗିବାକୁ ଚାହୁଁଥିଲା। ତେଣୁ ସେ କାର୍ ରେ ବସି ନିଜ ଉପରେ ପେଟ୍ରୋଲ ଢାଳିଥିଲେ। ନିଜକୁ ନିଆଁ ଲଗାଇ ଦେବା ଏବଂ କାରକୁ ଇଦଗାହକୁ ନେବା ତାର ଉଦ୍ଦେଶ୍ୟ ଥିଲା । ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ମାନସିକ ସ୍ତରରେ ଅସ୍ଥିର ରହିଛି। ଯୁବକ ଜଣକ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ବୋତଲରେ ପେଟ୍ରୋଲ କିଣିଥିଲା।

    ମଥୁରାର ଏସପି (ସିଟି) ଅରବିନ୍ଦ କୁମାର କହିଛନ୍ତି ଯେ ଅପରାହ୍ନ ପ୍ରାୟ ୧ଟା ବେଳେ ଏହି ଘଟଣା ବିଷୟରେ ସୂଚନା ମିଳିଥିଲା। ଶାହି ଇଦଗାହ ଗେଟ୍ ନିକଟରେ ସୁରକ୍ଷା କର୍ମୀମାନେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ଯୁବକ ସେଠାକୁ ଆସିଥିଲା। ସେଠାରେ ବୋମା ମାଡ଼ କରିବାକୁ ଧମକ ଦେବା ପରେ ସେ ଧରାପଡ଼ିଥିଲା। ଗିରଫ ଯୁବକ ଜଣକ ହେଲେ ଯମୁନାପର ଅଞ୍ଚଳର ମୀରା ବିହାର କଲୋନୀର ପୁଷ୍ପେନ୍ଦ୍ର ଚୌଧୁରୀ। ତାଙ୍କୁ ପଚରାଉଚରା କରାଯାଉଛି। ତେବେ ପୁଷ୍ପେନ୍ଦ୍ରର ପୁଅର ମୃତ୍ୟୁ ଘଟିଥିବା ବେଳେ ସେ ମାନସିକ ସ୍ତରରେ ଅସୁସ୍ଥ ଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ