Thursday, March 12, 2026
21.6 C
Odisha

    ହିଟ୍-ଆଣ୍ଡ-ରନ୍ ଆକ୍ଟକୁ ନେଇ ସାରା ଦେଶରେ ଚକା ଜାମ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ହିଟ୍-ଆଣ୍ଡ-ରନ୍ ଆକ୍ଟକୁ ନେଇ ଗାଡ଼ି ମାଲିକ ଓ ଡ୍ରାଇଭର ସଂଘର ବିରୋଧ ପ୍ରଦର୍ଶନ । ଉତ୍ତର ପ୍ରଦେଶ ଠାରୁ ଆରମ୍ଭ କରି ସାରା ଦେଶରେ ଚକା ଜାମ୍ । ଜାତୀୟ ରାଜପଥ ଉପରେ ବସ୍, ଟ୍ରକ୍ ରଖି ବିରୋଧ ପ୍ରର୍ଦଶନ କରାଯାଉଛି । ୟୁପିର ଅଧିକାଂଶ ଜିଲ୍ଲାରେ ଷ୍ଟ୍ରାଇକ୍ କରିଛନ୍ତି, ବସ୍ ଓ ଟ୍ରକ୍ ମାଲିକ ଓ ଡ୍ରାଇଭର ସଂଘ । ସରକାରୀ ଓ ବେସରକାରୀ ଗାଡ଼ି ମାଲିଙ୍କ ସଂଘ ଏହି ଆନ୍ଦୋଳନରେ ସାମିଲ୍ ରହିଛନ୍ତି। ଫଳରେ ଜାତୀୟ ରାଜପଥରେ ଗାଡ଼ିଗୁଡ଼ିକ ଛିଡ଼ା ହୋଇ ରହିଛି । କେବଳ ଜାତୀୟ ରାଜପଥ ନୁହେଁ ରାଜ୍ୟ ରାଜପଥରେ ମଧ୍ୟ ଘରୋଇ ବସ୍ ଓ ଟ୍ରକ୍ ଗୁଡ଼ିକ ଛଡ଼ା ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ହିଟ୍-ଆଣ୍ଡ-ରନ୍ ଆକ୍ଟକୁ ନେଇ ଏହି ଆନ୍ଦୋଳନ ଜାରି ରହିଛି । ଶୀତ ଅଧିବେଶନରେ ଏହି ବିଲ୍ ପାସ୍ ହୋଇ ଆଇନରେ ପରିଣତ ହୋଇଛି । ଏହାକୁ ବିରୋଧ କରୁଛନ୍ତି ସରକାରୀ ଓ ବେସରକାରୀ ବସ୍-ଟ୍ରକ୍ ମାଲିବ ସଂଘ ଓ ଡ୍ରାଇଭର। ହିଟ୍ ଆଣ୍ଡ ରନ୍ କେସରେ ସରକାର ୧୦ବର୍ଷ ଜେଲ୍ ଦଣ୍ଡ ସହିତ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମନାର ପ୍ରାବଧାନ ରହିଛି। ଏହାଛଡ଼ା ଡ୍ରାଇଭରଙ୍କ ଉପରେ ୭ଲକ୍ଷ ଟଙ୍କା ଜୋରିମନା ସହିତ ଲାଇସେନ୍ସ ରଦ୍ଧ ହେବାର ଦଣ୍ଡବିଧାନ ମଧ୍ୟ ରହିଛି । ତେଣୁ ଡ୍ରାଇଭର ସଙ୍ଘ ଏହାକୁ ବିରୋଧ କରୁଛି । ଏହି ଆଇନକୁ କେନ୍ଦ୍ର ସରକାର ଫେରାଇ ନେବାକୁ ଦାବି ହେଉଛି।

    ଅଲ ଇଣ୍ଡିଆ ମୋଟର ପରିବହନ କଂଗ୍ରେସ ସଭାପତି ଅମୃତ ଲାଲ ମଦନ କହିଛନ୍ତି ଯେ, ପରିବହନ ୟୁନିଅନ ଡ୍ରାଇଭରଙ୍କ ସମର୍ଥନରେ ବାହାରିଛି। ଏହି ପ୍ରସଙ୍ଗରେ ଆଜି ଅପରାହ୍ନରେ ଦେଶର ସମସ୍ତ ୟୁନିୟନର ଏକ ବୈଠକ ଡକାଯାଇଛି। ଏହି ବୈଠକରେ ପରବର୍ତ୍ତୀ ଋଣନୀତି ସ୍ଥିର ହେବ ଏବଂ ସ୍ଥିର ରଣନୀତି ଅନୁଯାୟୀ କିପରି ବିରୋଧ କରାଯିବ ସେ ନେଇ କାର୍ଯ୍ୟକ୍ରମ ସ୍ଥିର କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    27 %
    1.7kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ