Sunday, September 27, 2026
24.7 C
Odisha

    ସ୍ୱଦେଶ ଦର୍ଶନ ଯୋଜନା ୨.୦ରେ ସାମିଲ ହେବା ଦେବ୍ରୀଗଡ଼ ଓ ଖିଣ୍ଡା ଗ୍ରାମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବରଗଡ଼ ଜିଲ୍ଲାର ଦେବ୍ରୀଗଡ଼ ଅଭୟାରଣ୍ୟ ଓ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମକୁ କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ୨.୦ରେ ସାମିଲ କରାଯାଇଛି। ଏନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପଶ୍ଚିମ ଓଡ଼ିଶାର ଏହି ୨ ପ୍ରମୁଖ ସ୍ଥଳ ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେବାପରେ ଏଠାରେ ବ୍ୟାପକ ବିକାଶ ହେବା ନେଇ ଆଶା କରାଯାଉଛି।
    ସୂଚନାଯୋଗ୍ୟ ଯେ ମହାନ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଖିଣ୍ଡା ଗ୍ରାମରେ ୧୮୦୯ ମସିହାରେ ଜନ୍ମଗ୍ରହଣ କରିଥିଲେ। ୧୮୫୭ ମସିହାରେ ସେ ଇଂରେଜ ସାସକଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବା ବେଳେ ନିଜ ଜୀବନକାଳରେ ୪୦ ବର୍ଷ କାରାଗାରରେ ଅତିବାହିତ କରିଥିଲେ। ସେହିପରି ହୀରାକୁଦର ଜିରୋ ପଏଣ୍ଟରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ବିଭିନ୍ନ ପଶୁପକ୍ଷୀଙ୍କ ପାଇଁ ବେଶି ପ୍ରସିଦ୍ଧି ଲାଭ କରିଛଇ। ବିଶେଷକରି ଭାରତୀୟ ଗୟଳ, ବଣୁଆ ବାର୍‌‌ହା, ସମ୍ବର, ମୟୂର ପାଇଁ ଦେବ୍ରୀଗଡ଼ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏହାର ପରିବେଶ ମଧ୍ୟ ପର୍ଯ୍ୟଟକଙ୍କୁ ବେଶ୍‌‌ ଆକର୍ଷିତ କରିଥାଏ। ଏହୁ ଦୁଇଟି ସ୍ଥଳ ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେବା ପରେ ଏହାର ପ୍ରଭୃତ ବିକାଶ ହୋଇପାରିବ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ