Saturday, April 4, 2026
29 C
Odisha

    ଭିଜିଲା ଦକ୍ଷିଣ ଓଡ଼ିଶା, ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ହେଉଛନ୍ତି ପଶ୍ଚିମ ଓଡ଼ିଶାବାସୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କଲବଲ କରୁଛି। ସାରା ରାଜ୍ୟରେ ତାତିରୁ ନିସ୍ତାର ନଥିବା ବେଳେ ୫ ଦିନ ଯାଏ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହଟ୍ ଆଣ୍ଡ ହ୍ୟୁମିଡ୍ ପାଗ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ୧୧ ଜିଲ୍ଲା ଯେପରିକି ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଓ ଗଂଜାମ ଜାରି ରହିଛି ହିଟ୍ ଓ୍ବେଭ୍ କଣ୍ଡିସନ୍। ଏହି ସବୁ ଜିଲ୍ଲାରେ ୪୦ ରୁ ୪୫ ଡିଗ୍ରି ମଧ୍ୟରେ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି।

    ସେହିଭଳି ଆସନ୍ତାକାଲି (ସୋମବାର) ଉତ୍ତର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ୧୧ଟି ଜିଲ୍ଲାରେ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ଜାରି ରହିବ। ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାସହ ଗ୍ରୀଷ୍ମ ପ୍ରବାହ ଆଜି ଓ ଆସନ୍ତାକାଲି ନଥିବା ବେଳେ ପୁଣି ୧୧ ଓ ୧୨ରେ ରାଜ୍ୟରେ ବିଶେଷ କରି ପଶ୍ଚିମ ଓଡ଼ିଶାରେ ଜାରି ରହିବ। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆକଳନ କରାଯାଇଥିବା ବେଳେ ଝାରସୁଗୁଡା ସମ୍ବଲପୁର ବୌଧ ଓ ନୂଆପଡା ଜିଲ୍ଲା ପାଇଁ ୟେଲୋ ବର୍ଣ୍ଣିଙ୍ଗ ରହିଛି । ଗରମ ଗୁଳିଗୁଳି ଭିତରେ ରାଜ୍ୟର କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୩୦ ରୁ ୪୦ କିମି ଯାଏ ରହିବ।

    ସେପଟେ ଗତକାଲି (ଶନିବାର) ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଥିବା ବେଳେ ଦକ୍ଷିଣ ଓଡିଶାର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ସକ୍ରୀୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଂଟାରେ କନ୍ଧମାଳ ଗଜପତି ବରଗଡ଼ ରାୟଗଡା କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପରେ ପର୍ଯ୍ୟାୟକ୍ରମେ ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର ବାକି ଜିଲ୍ଲାରେ ମୌସୁମୀ ସକ୍ରିୟ ନେଇ ପାଗ ଅନୁକୁଳ ରହିଛି। ପରେ ପର୍ଯ୍ୟାୟକ୍ରମେ ଓଡ଼ିଶାର ଅନ୍ୟ ଜିଲ୍ଲାକୁ ଅଗ୍ରସର ହେବ ମୌସୁମୀ।ତେବେ ମୌସୁମୀକୁ ବାଟ କଢାଇ ଓଡ଼ିଶା ଆଣିଲା କାଳବୈଶାଖୀ। ଲଗାତର ଭାବରେ ଗତ ଦୁଇ ଦିନ ହେବ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇଥିବା ବେଳେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ମୌସୁମୀ ନିମ୍ନଚାପରେଖା ସକ୍ରିୟ ହେବା ସହ ଆଗକୁ ଅଗ୍ରସର ହେଉଛି। ଓଡ଼ିଶାରେ ମୌସୁମୀ ଛୁଇଁବାର ସ୍ବାଭାବିକ ସମୟ ଜୁନ୍ ୧୨ ତାରିଖ ରହିଥିବା ବେଳେ ୪ ଦିନ ପୂର୍ବରୁ ମୌସୁମୀ ଛୁଇଁଛି। ଯାହା ଚାଷୀଙ୍କ ପାଇଁ ଖୁସି ଆଣିଦେଇଛି ବୋଲି ପାଣିପାଗ ବୈଜ୍ଞାନିକ ସଂଜୀବ ଦ୍ବିବେଦୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ