Saturday, October 17, 2026
28.9 C
Odisha

    ବିହାରରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

    ଆଗକୁ ପଢନ୍ତୁ

    ପଟନା: ପୁଣି ଥରେ ବିଷାକ୍ତ ମଦମୃତ୍ୟୁ ଯୋଗୁଁ ବିହାରର ଅନେକ ପରିବାରରେ କାନ୍ଦବୋବାଳି ପଡ଼ିଛି। ରାଜ୍ୟର ସାରଣ ଜିଲ୍ଲାର ଛପ୍ରା ଓ ସିୱାନରେ ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି। କେବଳ ମୃତ୍ୟୁ ନୁହେଁ, ଆଉ କିଛି ଲୋକ ଦୃଷ୍ଟିଶକ୍ତି ହରାଇଛନ୍ତି। ଏଠାକାର ପ୍ରାୟ ପ୍ରତ୍ୟେକ ଗାଁ ରେ ଶୋକର ଛାୟା ଖେଳିଯାଇଛି । ଘର ଦ୍ବାରମୁହଁରେ ମୃତଦେହ ରଖାଯାଇଛି, ପିଲାମାନେ କାନ୍ଦୁଛନ୍ତି, ମହିଳାମାନେ କାନ୍ଦୁଛନ୍ତି। ସିୱାନ ଜିଲ୍ଲାର ଖଇରା ଗାଁରେ ସମୁଦାୟ ୭ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ପ୍ରାୟ ନିୟମିତଭାବେ ଏପରି ଘଟଣା ଘଟୁଥିବାରୁ ଏବେ ମଦ ନିଷେଧାଦେଶକୁ ହଟାଇବା ପାଇଁ ରାଜନୈତିକ ଦାବି ହେଉଛି ।

    ବିହାରରେ ୮ ବର୍ଷ ହେଲା ନିଷେଧାଦେଶ ଜାରି ରହିଛି। ତଥାପି ଗାଁ ଗାଁରେ ଏବେ ବି ଗୁପ୍ତ ଭାବେ ମଦ ଉପଲବ୍ଧ ହେଉଥିବା ବେଳେ ପ୍ରତି ମାସରେ କୌଣସି ନା କୌଣସି ଜିଲ୍ଲାରେ ବିଷାକ୍ତ ମଦ ଆତଙ୍କ ସୃଷ୍ଟି କରୁଛି। ସ୍ଥାନୀୟ କର୍ତ୍ତୃପକ୍ଷ ଗୋପନରେ ଶବ ସତ୍କାର କରି ମୃତକଙ୍କ ସଂଖ୍ୟା ଲୁଚାଉଥିବା ସନ୍ଦେହ କରାଯାଉଛି । ବିହାରରେ ୨୦୨୨ରେ ବିଷାକ୍ତ ମଦ ପିଇ ୭୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ଏହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    64 %
    1.9kmh
    50 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ