Sunday, September 13, 2026
27.6 C
Odisha

    ମୋ ପାଇଁ ଅନ୍ୟ ଗାଡି ଅଟକାଇବା ଆବଶ୍ୟକ ନାହିଁ: ଓମାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଦେଖିଥିବେ ଯେ ରାଜ୍ୟପାଳ ବା ମୁଖ୍ୟମନ୍ତ୍ରୀ ଯିବାବେଳେ କିଭଳି ପୁଲିସ ଅନ୍ୟ ଗାଡ଼ିଗୁଡ଼ିକୁ ଅଟକାଇଦେଇଥାଏ | କୌଣସି ବିଶିଷ୍ଟ ବ୍ୟକ୍ତିବିଶେଷ ଯିବା ପରେ ହିଁ ସର୍ବସାଧାରଣଙ୍କୁ ସେହି ରାସ୍ତାରେ ଯିବାକୁ ଅନୁମତି ଦିଆଯାଏ | ଭାରତରେ ଏହି ଭିଆଇପି ସଂସ୍କୃତି ବହୁତ ଦିନଧରି ଚାଲିଆସୁଛି | ସେହିପରି ନିଜ ଗାଡିରେ ନାଲିବତୀ ଲଗାଇବାକୁ ନେତାମାନେ ମଧ୍ୟ ଖୁବ ପସନ୍ଦ କରନ୍ତି | ଯଦିଓ ଏହି ନିୟମରେ କିଛିଦିନ ତଳେ ପରିବର୍ତ୍ତନ ଆସିଥିଲା | ତଥାପି ଏବେ ବି ନେତାମାନେ ମାଳ ମାଳ ପୁଲିସ କର୍ମୀ ଓ ଅନେକ ଗାଡି ସହ ଯାଉଛନ୍ତି |

    ତେବେ ଆଜି ଜମ୍ମୁକାଶ୍ମୀରର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏମିତି କିଛି କହିଛନ୍ତି ଯାହାକି ଭିଆଇପି ସଂସ୍କୃତି ପାଇଁ ଏକ ଝଟକା ସଦୃଶ ହୋଇଛି | ଓମାର ଅବଦୁଲ୍ଲା ତାଙ୍କର ପ୍ରଥମ ତଥା ଐତିହାସିକ ନିଷ୍ପତ୍ତି ଦେଇଛନ୍ତି। ସେ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେତେବେଳେ ସେ କୌଣସି ରାସ୍ତା ଦେଇ ଯାଉଛନ୍ତି, ତାଙ୍କ ପାଇଁ ଟ୍ରାଫିକ ବନ୍ଦ କରାଯିବା ଉଚିତ ନୁହେଁ କିମ୍ବା କୌଣସି ଗାଡି ଅଟକାଯିବା ଉଚିତ ନୁହେଁ | ତାଙ୍କ ପାଇଁ କୌଣସି ଅଲଗା ଗ୍ରୀନ କରିଡର ମଧ୍ୟ କରାଯିବାର ଆବଶ୍ୟକତା ନାହିଁ |

    ଓମାର ଅବଦୁଲ୍ଲା କହିଛନ୍ତି ଯେ ଏଭଳି ତ୍ରିପିହିକରେ ଗାଡି ଅଟକାଇବା ଦ୍ୱାରା ସାଧାରଣ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହା ବ୍ୟତୀତ ଓମାର ଅବଦୁଲ୍ଲା ମଧ୍ୟ ସାଇରନ ବ୍ୟବହାରକୁ କମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ କାରକେଡରେ ଯେତେ କମ ଗାଡି ବ୍ୟବହାର ହେବ ସେତେ ଭଲ, ସେହିପରି ଅଯଥାରେ ସାଇରନ ନ ବଜାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି | ତେବେ ଓମାର ଅବଦୁଲ୍ଲାଙ୍କ ଏହି ନିର୍ଦ୍ଦେଶନାମା ସମସ୍ତଙ୍କୁ ଚକିତ କରିଦେଇଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ