Wednesday, May 8, 2024
26.8 C
Odisha

    ଆଜି କେମିତି କଟିବ ଦିନ ; ପଢ଼ନ୍ତୁ ରାଶିଫଳ

    ଆଗକୁ ପଢନ୍ତୁ

    ମେଷ : ଆଜି ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ପରିସ୍ଥିତି ସୃଷ୍ଟି ହୋଇପାରେ। ଛାତ୍ରମାନେ ମାନସିକ ଭାରରୁ ମୁକ୍ତି ପାଇବେ। ଆପଣ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

    ବୃଷ : ଆଜି ଆପଣ ଉତ୍ଥାନ-ପତ୍ତନ ଦେଇ ଗତି କରିବେ। କୌଣସି ଦୂର ଯାତ୍ରା କରିବାର ସମ୍ଭାବନା ଅଛି। ଆପଣ ନିଜ ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କରିବା ଉଚିତ୍ ନୁହେଁ।

    ମିଥୁନ : ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ଆର୍ଥିକ ସହାୟତା ପାଇବେ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି, ଯେଉଁଥିରେ ଆପଣଙ୍କ ଜୀବନସାଥୀ ସମ୍ପୂର୍ଣ୍ଣ ସହଯୋଗ କରିବେ।

    କର୍କଟ : ଆଜି କିଛି ବିଶେଷ କାର୍ଯ୍ୟ କରିବେ। ଭଲ ଆର୍ଥିକ ଲାଭ ପାଇପାରନ୍ତି। ଆପଣଙ୍କ ଆୟ ବୃଦ୍ଧି ହେତୁ ଖୁସିର ସୀମା ରହିବ ନାହିଁ। ପିଲାମାନଙ୍କର କିଛି ଜରୁରୀ ଜିନିଷ କିଣିବାରେ ଅଧିକ ଟଙ୍କା ଖର୍ଚ୍ଚ କରିବେ।

    ସିଂହ : ଆଜି ଜୀବନସାଥୀ ଏବଂ ପିଲାଙ୍କଠାରୁ ଯଥେଷ୍ଟ ସହଯୋଗ ମିଳିବ। ବ୍ୟବସାୟ କରୁଥିବା ଲୋକମାନେ ବଡ଼ ବିନିଯୋଗ କରିବା ଉଚିତ୍ ନୁହେଁ। ଆଜି ଅତି ଯତ୍ନର ସହିତ ଗାଡ଼ି ଚଳାଇବାକୁ ପଡ଼ିବ।

    କନ୍ୟା : ଅତ୍ୟଧିକ କାର୍ଯ୍ୟ ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ବିବାଦ ଉପୁଜିପାରେ। କାହାଠାରୁ ଋଣ ନେବାଠାରୁ ଦୂରେଇ ରୁହନ୍ତୁ। ଆଜି ଥକ୍କାପଣ ଅନୁଭବ ହୋଇପାରେ।

    ତୁଳା : ଆଜି ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଆଧ୍ୟାତ୍ମିକ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ। ଅଟକିଥିବା କାମ ପୂରା ହେବ। ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦୂର ହୋଇଯିବ।

    ବିଛା : ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି। ରାଜନୈତିକ ଲୋକଙ୍କୁ ପୁରସ୍କାର ମିଳିପାରେ। ଚାକିରିଆମାନଙ୍କ ପଦ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟରେ ଭଲ ଲାଭ ମିଳିବାର ସମ୍ଭାବନା ଅଛି।

    ଧନୁ : ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଦିନଟି ଟିକିଏ ଦୁର୍ବଳ ହେବ। ବଡ଼ମାନଙ୍କ ପରାମର୍ଶକୁ ଅନୁସରଣ କରିବା ଉଚିତ୍‌। ଆଖି ବୁଜି କାହାକୁ ବିଶ୍ୱାସ କରିବା ଦ୍ୱାରା ଆପଣଙ୍କର କ୍ଷତି ହୋଇପାରେ।

    ମକର : ଆଜି ଆପଣଙ୍କୁ ଧୌର୍ଯ୍ୟବାନ ହୋଇ କାମ କରିବାକୁ ପଡ଼ିବ। ବ୍ୟବସାୟରେ କାହାଠାରୁ ଋଣ ନେବା ଉଚିତ୍ ନୁହେଁ। ଜୀବନସାଥୀ ଏବଂ ସନ୍ତାନର କ୍ୟାରିୟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।

    କୁମ୍ଭ : ଆଜିର ଦିନଟି ମିଶ୍ରିତ ହେବାକୁ ଯାଉଛି। ପରିବାର ସଦସ୍ୟଙ୍କ ସହିତ ଧାର୍ମିକ ଯାତ୍ରା କରିପାରନ୍ତି। ବ୍ୟବସାୟରେ ବଡ଼ ଲାଭ ମିଳିବ। ପରିବାରରେ କୌଣସି ଶୁଭ କାମ ହୋଇପାରେ।

    ମୀନ : ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ। ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସାଥୀଙ୍କଠାରୁ ସମର୍ଥନ ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    67 %
    3.2kmh
    0 %
    Wed
    27 °
    Thu
    38 °
    Fri
    39 °
    Sat
    40 °
    Sun
    41 °

    ସମ୍ବନ୍ଧିତ