Saturday, September 6, 2025
29.1 C
Odisha

    ନିଆଁ ଆଁରେ ଜଳିଗଲା ୧୨ ବଖରା ଘର

    ଆଗକୁ ପଢନ୍ତୁ

    କେନ୍ଦୁଝର ଆନନ୍ଦପୁର ବ୍ଲକ ପଣ୍ଡୁଆ ଗାଁରେ ଭୟାବହ ଅଗ୍ନିକାଣ୍ଡ । ୧୨ ବଖରା ଘର ଭସ୍ମୀଭୂତ ହେବା ସହ ସର୍ବଶାନ୍ତ ହୋଇଛନ୍ତି ୯ଟି ପରିବାର । ନିଆଁ ଆଁରେ ଜଳି ଯାଇଛି ଘରର ସମସ୍ତ ଅସବାବ ସାମଗ୍ରୀ ସହ ସୁନା ଅଳଙ୍କାର । ପୁଅ ବାହାଘର ପାଇଁ ଜଣେ ବ୍ୟକ୍ତି ଘରେ ଦେଢ଼ ଲକ୍ଷ ଟଙ୍କା ରଖିଥିବା ବେଳେ ତାହା ମଧ୍ୟ ପୋଡ଼ି ପାଉଁସ ହୋଇଯାଇଛି । ସୋମବାର ସନ୍ଧ୍ୟାରେ ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା । ଗ୍ରାମବାସୀ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ବ୍ୟାପିଯାଇଥିଲା । ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । କିନ୍ତୁ ସେତେବେଳକୁ ସର୍ବସ୍ୱ ହରାଇ ସାରିଥିଲେ ୯ଟି ପରିବାର । ଆଜି ଆନନ୍ଦପୁର ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତିର ଆକଳନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.1 ° C
    29.1 °
    29.1 °
    76 %
    0.6kmh
    82 %
    Sat
    28 °
    Sun
    31 °
    Mon
    30 °
    Tue
    30 °
    Wed
    31 °

    ସମ୍ବନ୍ଧିତ