Wednesday, September 30, 2026
23.8 C
Odisha

    ଆଜି ମାଟ୍ରିକ ପରୀକ୍ଷା ଦେଇଥାନ୍ତେ, ତା’ ପୂର୍ବରୁ ଝୁଲି ପଡ଼ିଲେ ଛାତ୍ର

    ଆଗକୁ ପଢନ୍ତୁ

    ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ପୂର୍ବରୁ ବଲାଙ୍ଗିରରେ ଘଟିଛି ଏକ ଦୁଃଖଦ ଘଟଣା। ପରୀକ୍ଷା ପୂର୍ବରୁ ବଲାଙ୍ଗିର ବିଶ୍ୱତ୍ମା ବିଦ୍ୟାମନ୍ଦିର ହଷ୍ଟେଲ ଭିତରେ ଜଣେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପରୀକ୍ଷା ଚାପରୁ ଛାତ୍ରଜଣକ ଆତ୍ମହତ୍ୟା କରୁଥିବା ଚର୍ଚ୍ଚା ହେଉଥିବା ବେଳେ ଏହାକୁ କିନ୍ତୁ ପରିବାର ଲୋକେ ଗ୍ରହଣ କରିବାକୁ ନାରାଜ। ପୁଅକୁ ହତ୍ୟା କରି କେହି ଝୁଲାଇ ଦେଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।

    ମୃତକ ହେଲେ ତାଲିଉଡ଼ ଗାଁର ବିନାୟକ ପ୍ରଧାନ। ଆଜି ଭୋର ପ୍ରାୟ ୪ଟା ପରେ ହଷ୍ଟେଲ ବାଥରୁମ୍‌ରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସକାଳେ ପରୀକ୍ଷା ଥିବାରୁ ପିଲାମାନେ ଭୋରରୁ ହଷ୍ଟେଲ ପଛପଟେ ଥିବା ବାଥ୍‌ରୁମ୍‌କୁ ଯାଇଥିଲେ। ମାତ୍ର ସେଠାରେ ସେମାନେ ବିନାୟକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦେବା ସହ ବିନାୟକଙ୍କୁ ତଳକୁ ଆଣିଥିଲେ। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବିନାୟକଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିବା ବେଳେ ସେମାନେ ପୁଅର ଆତ୍ମହତ୍ୟା ଖବରକୁ ସହଜେ ବିଶ୍ୱାସ କରି ପାରୁନାହାନ୍ତି। ପୁଅକୁ କେହି ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି। ଏନେଇ ବଲାଙ୍ଗିର ବିଶ୍ୱତ୍ମା ବିଦ୍ୟାମନ୍ଦିର ହଷ୍ଟେଲ ଅଧିକ୍ଷକ ସମ୍ବିତ କୁମାର କହିଛନ୍ତି, ଲିପୁନ ପ୍ରଧାନ ସ୍କୁଲର ଜଣେ ଭଲ ଛାତ୍ର ଥିଲେ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ସେ ପଢ଼ାପଢ଼ି କରିଥିଲେ। ମାତ୍ର ଭୋର ପ୍ରାୟ୫ଟା ବେଳେ ପିଲାଟି ଝୁଲି ପଡ଼ିଥିବା ଖବର ପାଇଲୁ। ସେତେବେଳକୁ ତା’ ସାଙ୍ଗମାନେ ତାକୁ ତଳକୁ ନେଇ ଆସିଥିଲେ। ତୁରନ୍ତ ତାକୁ ମେଡିକାଲ ନେଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପିଲାଟି କାହିଁକି ଏପରି ପଦକ୍ଷେପ ନେଲା, ତାହା ଆମେ ଜାଣି ପାରୁନୁ। ପୁଲିସ୍‌ ତଦନ୍ତରୁ ଘଟଣା ସମ୍ପର୍କରେ ଜଣାପଡ଼ିବ । ସମଗ୍ର ରାଜ୍ୟରେ ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ