Tuesday, October 6, 2026
31.6 C
Odisha

    ଦାନ୍ତ ଓ ହାଡ଼ ଉଦ୍ଧାର: ହତ୍ୟା ସନ୍ଦେହରେ ସ୍ୱାମୀ ଓ ଦିଅର ଅଟକ

    ଆଗକୁ ପଢନ୍ତୁ

    ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏକ ନାଳ ପାଖରୁ ମଣିଷ ଖପୁରୀ ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖପୁରୀ ସହ ଦାନ୍ତ ଓ ହାଡ଼ ମଧ୍ୟ ଉଦ୍ଧାର ହୋଇଛି।

    ପ୍ରାୟ ୧୫ ଦିନ ହେବ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ମା’ ନିଖୋଜ ଥିବା ବେଳେ ଏହା ସେମାନଙ୍କ ଶରୀରର ଅବଶିଷ୍ଟାଶଂ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣାରେ ପୁଲିସ ନିଖୋଜ ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ଅଟକ ରଖି ପଚରାଉଚରା କରୁଛି।

    ଗତକାଲି ସନ୍ଧ୍ୟା ସମୟରେ ସମୁଦ୍ର ପାଖ ଏକ ନାଳ ବନ୍ଧ ନିକଟ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା। ସେଠାରେ ବେଢ଼ି ରହିଥିବା କୁକୁର କିଛି ଗଳିତ ମାଂସ ଧରି ଦୌଡ଼ୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏନେଇ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।

    ନାୟକାଣିଡିହି ପୋଲିସ,ଭଦ୍ରକ ସଦର ଏସଡିପିଓ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ସେମାନେ ମଣିଷର ଖପୁରୀ,ହାଡ,ଏବଂ ଦାନ୍ତ ଆଦି ପଡିଥିବାର ଦେଖିବାକୁ ପାଇଥିଲେ। ମାଟି ତଳେ ମଣିଷର ଶରୀର ପୋତା ହୋଇଥିବା ଅନୁମାନ କରାଯାଇଥିଲା।।

    ରାତି ଅଧିକ ହୋଇ ଯାଇଥିବାରୁ ମାଟି ଖୋଳାଖୋଳି ସମ୍ଭବ ହୋଇ ପାରି ନ ଥିଲା। ତେଣୁ ଗୁରୁବାର ସକାଳେ ଜେସିବି ସାହାଯ୍ୟରେ ପୁଲିସ ମାଟି ଖୋଳି ସନ୍ଧାନ କରିବାର ଯୋଜନା କରାଯାଇଛି।

    ସୂଚନାଯୋଗ୍ୟ, ପାଞ୍ଚଘେରିଆ ଗାଁର କୌଶଲ୍ୟା ନାୟକ ଓ ତାଙ୍କ ମା’ ଯମୁନା ନାୟକ ଗତ ୩ ତାରିଖରୁ କେଉଁ ଆଡ଼େ ନିଖୋଜ ହୋଇ ଯାଇଛନ୍ତି। ପରିବାର ଲୋକେ ତାଙ୍କ ଖୋଜ୍‌ ଖବର ପାଉ ନ ଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଥିଲେ।
    ତେବେ ନାଳ ବନ୍ଧରୁ ମଣିଷ ଖପୁରୀ ମିଳିବା ପରେ ତାହା ଉଭୟ ମା’, ଝିଅଙ୍କର ବୋଲି ସନ୍ଦେହ ହେଉଛି। ପୁଲିସ ନିଖୋଜ କୌଶଲ୍ୟା ନାୟକଙ୍କ ସ୍ୱାମୀ ଗୁରୁପଦ ଗାହାଣ ଏବଂ ଦିଅର ନିରପଦ ଗାହାଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

    ସୂଚନାନୁସାରେ, ଗତ ସେପ୍ଟମ୍ବର ମାସ ୨୭ ତାରିଖ ଦିନ, ମା’ ଏବଂ ଝିଅ ବାଲିମୁଣ୍ଡା ବଜାରକୁ ଯାଇ ବାଦାହବେଲିସାହି ପଞ୍ଚାଗରିଆ ଗ୍ରାମରେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିଲେ ଏବଂ ଘରକୁ ଫେରି ନ ଥିଲେ।

    ଅନେକ ସ୍ଥାନ ଖୋଜାଖୋଜି କରିବା ପରେ ହତାଶ ହୋଇ ପରିବାର ଚଳିତ ଅକ୍ଟୋବର ମାସ ୩ ତାରିଖରେ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ