Friday, October 2, 2026
29.9 C
Odisha

    ଅଗ୍ନିକାଣ୍ଡରେ ଜଳିଗଲା ସହସ୍ରାଧିକ ଫଳ, ଔଷଧୟ ଗଛ

    ଆଗକୁ ପଢନ୍ତୁ

    ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଚଣ୍ଡିଗଡ଼ ଗ୍ରାମରେ ମଙ୍ଗଳବାର ଦିନ ୧୨ ଟାରେ ଅଗ୍ନିକାଣ୍ଡ ଘଟି ସହସ୍ରାଧିକରୁ ଅଧିକ ଫଳ ଓ ଔଷଧୀୟ ଗଛ ଜଳି ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି।  ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ସହରାଞ୍ଚଳ ବନୀକରଣ ୨୦୨୨-୨୩ ବର୍ଷରେ ଚଣ୍ଡୀଗଡ଼ ଗ୍ରାମରେ ୨ଏକରରୁ ଊର୍ଦ୍ଧ୍ବ ଜମିରେ ୪୦୦୦ ଗୋଟି ବୃକ୍ଷ ରୋପଣ କରାଯାଇଥିଲା। ଗତକାଲି କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଥିବାରୁ ଗଛ ଗୁଡ଼ିକ ଜଳି ଯାଇଥିଲା।

    ଗ୍ରାମବାସୀ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିବା ବେଳେ ଖରାରେ ପ୍ରକୋପ ଅଧିକ ଥିବାରୁ ନିଆଁକୁ ଆୟତ କରି ପାରିନଥିଲେ। ଚାହୁଁଛାହୁଁ ନିଆଁ ସମସ୍ତ ଅଞ୍ଚଳ ଜଳି ଯାଇଥିଲା। ଏହାପରେ ଗ୍ରାମବାସୀ ବୌଦ୍ଧ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ବୌଦ୍ଧ ଦମକଳ ବାହିନୀ ଘଟଣାସ୍ଥଳକୁ ଆସିଥିବା ବେଳେ ରାସ୍ତା ଖରାପ ଥିବାରୁ ନିଆଁ ଜଳୁଥିବା ସ୍ଥାନରେ ପହଂଚି ପାରି ପାରିଲା ନାହିଁ। ଫଳରେ ନିଆଁ ସମସ୍ତ ଅଂଚଳ ଜଳି ଯାଇଥିଲା। ଏଥିରେ ସମସ୍ତ ଫଳ ଓ ଔଷଧୀୟ ଗଛ ଜଳି ନଷ୍ଟ ହୋଇ ଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ