Tuesday, October 6, 2026
31.6 C
Odisha

    କାର୍ଯ୍ୟରେ ଯୋଗ ଦେଲେ ବରିଷ୍ଠ ଆଇଏଏସ ସୁଜାତା କାର୍ତ୍ତିକେୟନ

    ଆଗକୁ ପଢନ୍ତୁ

    ଭୁବନ‌େଶ୍ବର: ଭି.କେ. ପାଣ୍ଡିଆନଙ୍କ ପତ୍ନୀ ତଥା ବରିଷ୍ଠ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ତାଙ୍କୁ  ରାଜ୍ୟ ସରକାର ନୂତନ ଦାୟିତ୍ୱ ଦେଇଛନ୍ତି। ସୁଜାତାଙ୍କୁ ସରକାର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି ।

    ସୂଚନା ଥାଉକି ଆଜି କାର୍ଯ୍ୟରେ ଯୋଗ ଦେବାକୁ ତାଙ୍କୁ କୁହାଯାଇଥିଲା। ୨୦୦୦ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ସୁଜାତା ଗତ ମେ’ ୩୧ ତାରିଖରୁ ୬ ମାସ ପାଇଁ ଛୁଟିରେ ଯାଇଥିଲେ। ଝିଅର ଦଶମ ପରୀକ୍ଷା ଥିବାରୁ ତା’ର ଯତ୍ନ ପାଇଁ ସେ ଏହି ଛୁଟି ନେଇଥିଲେ। ତେବେ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବାର ଦିନକ ପରେ ଅର୍ଥାତ ୬ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ତାଙ୍କ ଛୁଟି ମଞ୍ଜୁର କରିଥିବା ଜଣାପଡ଼ିଥିଲା। ପିଛିଲା ଭାବେ ମେ’ ୩୧ରୁ ଏହି ଛୁଟି ଲାଗୁ ହୋଇଥିଲା। ଯଦିଓ ସୁଜାତାଙ୍କ ଛୁଟି ଆଇନ ଅନୁଯାୟୀ ଠିକ୍, ତେବେ ତାହା ସ୍ବାଭାବିକ ନଥିଲା। କାରଣ ସୁଜାତାଙ୍କ ସ୍ବାମୀ ଭି କେ ପାଣ୍ଡିଆନ୍ ଥିଲେ ବିଜେଡିର ଦ୍ବିତୀୟ କ୍ଷମତାକେନ୍ଦ୍ର। ସେଥିପାଇଁ ପ୍ରଶାସନରେ ସୁଜାତାଙ୍କ କାଟ୍‌ତି ଅଧିକ ଥିଲା।

    ବିଜେଡି କ୍ଷମତାଚ୍ୟୁତ ହେଲା ପରେ ସୁଜାତା ଛୁଟିରେ ଚାଲିଯାଇଥିବା ସ୍ପଷ୍ଟ ହୋଇଥିଲା।  ଆଜି ତାଙ୍କର ଛୁଟି ଅବଧି ଶେଷ ହୋଇଛି । ସେ ୬ମାସ ପାଇଁ ଛୁଟିରେ ରହିଥିଲେ । ଛୁଟି ଅବଧି ଶେଷ ହେବା ପୂର୍ବରୁ ସେ ପୁଣି ରାଜ୍ୟ ସରକାରଙ୍କ ନିକଟରେ ପୁଣି ୬ମାସ ପାଇଁ ଛୁଟି ଆବେଦନ କରିଥିଲେ । ହେଲେ ରାଜ୍ୟ ସରକାର ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ବେଳେ ସେତେବେଳର ବିରୋଧୀ ବିଜେପି ତାଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଥିଲା। ନିର୍ବାଚନ କମିଶନଙ୍କ ପାଖରେ ବିଜେପି ଅଭିଯୋଗ କରିଥିଲା କି ସୁଜାତା ସରକାରୀ ଚାକିରିରେ ରହି ସେତେବେଳେର ଶାସକ ଦଳ ବିଜେଡି ପାଇଁ କାମ କରୁଛନ୍ତି । ଏହାପରେ ସୁଜାତାଙ୍କୁ ମିଶନ ଶକ୍ତି ଦାୟିତ୍ୱରୁ ବାହାର କରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେଇଥିଲ । ଦାୟିତ୍ୱ ନେବାର କିଛିଦିନ ପରେ ସେ ୬ମାସ ପାଇଁ ତକ୍ରାଳ ଛୁଟିରେ ଯାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ