Saturday, October 10, 2026
21.6 C
Odisha

    ରାଜ୍ୟର ୫୮ ଟି ସବଡିଭିଜନରେ ଶୀତଳଭଣ୍ଡାର ନିର୍ମାଣ କରାଯିବ: କେ.ଭି ସିଂହଦେଓ

    ଆଗକୁ ପଢନ୍ତୁ

    ଭୁବନେଶ୍ବର:ଗତକାଲି ଅଚଳାବସ୍ଥା ଦେଖା ଦେଇଥିବା ବେଳେ ଆଜି ବିଧାନସଭା ଶୀତାକାଳୀନ ଅଧିବେଶନର ଦ୍ୱିତୀୟ ଦିନ ସ୍ବାଭାବିକ ହୋଇଛି ସ୍ଥିତି। ଆଜି ଚାଲିଥିବା ପ୍ରଶ୍ନକାଳରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ। ଏକ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ  କେ.ଭି ସିଂହଦେଓ କହିଛନ୍ତି କି, ରାଜ୍ୟର ୫୮ ଟି ସବଡିଭିଜନରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହି ଶୀଳତଭଣ୍ଡାରଗୁଡ଼ିକ ପିପିପି ମୋଡରେ ନିର୍ମାଣ କରାଯିବ। ଯଦି ଆଉ ଶୀତଳଭଣ୍ଡାରର ଆବଶ୍ୟକତା ସରକାର ଅନୁଭବ କରନ୍ତି, ତେବେ ପିପିପି ମୋଡରେ ହାଇବ୍ରିଡ କୋଲଡ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା କରାଯିବ ବୋଲି କେ.ଭି ସିଂହଦେଓ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ