Sunday, June 1, 2025
36 C
Odisha

    ICSE-ISC: ଦଶମ ଓ ଦ୍ୱାଦଶ ବୋର୍ଡ ୨୦୨୪ ପରୀକ୍ଷା ଫଳାଫଳ ଘୋଷଣା

    ଆଗକୁ ପଢନ୍ତୁ

    ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ (ସିଆଇଏସସିଇ) ତରଫରୁ ଦଶମ (ଆଇସିଏସଇ) ଓ ଦ୍ୱାଦଶ (ଆଇଏସସି) ବୋର୍ଡ ୨୦୨୪ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି । ଯେଉଁ ପରୀକ୍ଷାର୍ଥୀମାନେ ଏହି ପରୀକ୍ଷା ଦେଇଥିଲେ ସେମାନେ ନିଜ ନିଜର ରେଜଲ୍ଟ ଜାଣିବା ପାଇଁ https://cisceboard.org/ ବା results.cisce.org ୱେବସାଇଟକୁ ଯାଇ ଚେକ୍ କରିପାରିବେ । ସେଥିପାଇଁ ସେମାନଙ୍କୁ ୟୁଆଇଡି ଓ ଇଣ୍ଡେକ୍ସ ନମ୍ବର ଦେବାକୁ ପଡ଼ିବ । ରେଜଲ୍ଟ ଜାଣିବା ପାଇଁ ପ୍ରାର୍ଥୀଙ୍କୁ ସର୍ବପ୍ରଥମେ ଅଫିସିଆଲ ୱେବସାଇଟକୁ ଯିବାକୁ ପଡ଼ିବ । ତା’ପରେ ହୋମ ପେଜରେ ଆଇସିଏସଇକୁ ସିଲେକ୍ଟ କରନ୍ତୁ । ତା’ପରେ ଲଗ୍ ଇନ କ୍ରେଡେନ୍ସିଆଲ୍ସ ଯେପରିକି ଇଣ୍ଡେକ୍ସନ ନମ୍ବର, ୟୁଆଇଡି, କ୍ୟାପଚା କୋର୍ଡ ଦାଖଲ କରନ୍ତୁ । ତା’ପରେ ‘ଆଇସିଏସଇ କ୍ଲାସ ୧୦ ରେଜଲ୍ଟ ୨୦୨୪’ ବା ‘ଆଇଏସସି କ୍ଲାସ ୧୨ ରେଜଲ୍ଟ ୨୦୨୪’ ସ୍କ୍ରିନରେ ଖୋଲିଯିବ । ତାହାକୁ ଡାଉନଲୋଡ୍ କରି ଆପଣମାନେ ଫଳାଫଳ ଚେକ୍ କରିପାରିବେ । ଏଥିସହିତ ରେଜଲ୍ଟର ଡିଟେଲ୍ସ ମାର୍କଶିଟ ଡାଉନଲୋଡ୍ କରି ପ୍ରିଣ୍ଟ ଆଉଟ୍ ନେଇ ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36 ° C
    36 °
    36 °
    33 %
    5.5kmh
    51 %
    Sun
    39 °
    Mon
    40 °
    Tue
    37 °
    Wed
    40 °
    Thu
    40 °

    ସମ୍ବନ୍ଧିତ