Wednesday, January 22, 2025
15.9 C
Odisha

    କଳାଜାଇ କହିବ ଆପଣଙ୍କ ବ୍ୟକ୍ତିତ୍ୱ , ଜାଣନ୍ତୁ ଏହା ବିଷୟରେ ….

    ଆଗକୁ ପଢନ୍ତୁ

    ପିଲାଦିନରୁ ପ୍ରତ୍ୟେକ ମଣିଷର ଶରୀରରେ ଜନ୍ମ ଚିହ୍ନ ବା କଳାଜାଇ ଥାଏ । କିଛି କଳାଜାଇ ପିଲାଦିନରୁ ଶରୀରରେ ରହିଥିବାବେଳେ ଆଉ କିଛି ପରେ ସୃଷ୍ଟି ହୋଇଥାଏ । ଅଧିକାଂଶ ସମୟରେ ଲୋକମାନେ କୃତ୍ରିମ ଭାବରେ ଓଠରେ କଳାଜାଇ ତିଆରି କରିଥାନ୍ତି । ନିଜ ସୁନ୍ଦରତା ବଢାଇବା ପାଇଁ ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ସେମାନେ ଏପରି କରିଥାନ୍ତି । ତେବେ କିଛି ଲୋକଙ୍କ ପାଖରେ ଏହା ପ୍ରାକୃତିକ ହୋଇଥାଏ । କଳାଜାଇ କେବଳ ଏକ ବ୍ୟୁଟି ସ୍ପଟ୍‌ ନୁହେଁ ଏହା ଜଣେ ବ୍ୟକ୍ତିଙ୍କ ଜୀବନରେ ବିଭିନ୍ନ ପ୍ରକାର ପ୍ରଭାବ ପକାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହାର ଅନେକ ଅର୍ଥ ରହିଛି । କେତେକ କଳାଜାଇ ଶୁଭ ସଂକେତ ଆଣିଥିବା ବେଳେ ଆଉ କେତେକ ଅଶୁଭ ଚିହ୍ନକୁ ସୂଚାଇଥାଏ । ଆସନ୍ତୁ ଜାଣିବା ଏହି ବିଷୟରେ…

    ଯଦି କାହାରି ନାକରେ କଳାଜାଇ ଥାଏ, ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହେବା ସହ ଜୀବରେ ଖୁବ୍‌ ଉନ୍ନତି କରିଥାନ୍ତି । କଷ୍ଟ କରି ସଫଳତା ପାଇବାରେ ସେମାନଙ୍କର ବିଶ୍ୱାସ ରହିଥାଏ । ସମସ୍ତେ ତାଙ୍କୁ ଖୁବ୍‌ ଭଲ ପାଇଥାନ୍ତି ।
    ଯେଉଁ ବ୍ୟକ୍ତିଙ୍କ ତାଳୁ ଉପରେ କଳାଜାଇ ଥାଏ ସେ ପୁରୁଷ ହୁଅନ୍ତୁ କିମ୍ବା ମହିଳା, ସେମାନେ ଧନବାନ୍‌ ଓ ପ୍ରତିଷ୍ଠିତ ହେବା ସହ ଜୀବନରେ ଖୁବ୍‌ ଲୋକପ୍ରିୟତା ହାସଲ କରିଥାନ୍ତି । କିନ୍ତୁ ତାଳୁକୁ ଛାଡ଼ି ଯଦି ମୁଣ୍ଡର ଅନ୍ୟ କୌଣସି ସ୍ଥାନ ଯେପରି, ପଛପଟ ଅଥବା ମୁଣ୍ଡାର ଡାହାଣ ପଟେ କଳାଜାଇ ରହିବା ସେତେଟା ଶୁଭଫଳ ଦେଇ ନଥାଏ । ଏହି ସ୍ଥାନରେ କଳାଜାଇ ରହିଥିବା ବ୍ୟକ୍ତିଙ୍କ ଜୀବନ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥାଏ ବୋଲି କୁହାଯାଏ ।
    କାନ ଉପରେ କଳାଜାଇ ରହିବା ବୁଦ୍ଧିମାନ ତଥା ଚାଲାକର ସଂକେତ ଦେଇଥାଏ । ତେଣୁ ଯେଉଁମାନଙ୍କର କାନରେ କଳାଜାଇ ରହିଥାଏ ସେମାନେ ନିଜ ବୁଦ୍ଧି ବଳରେ ଖୁବ୍‌ ଟଙ୍କା ଅର୍ଜନ କରିଥାନ୍ତି ।
    ମୁହଁର ବାମ ପଟେ କଳାଜାଇ ରହିବା ସେତେଟା ଶୁଭ ହୋଇ ନଥାଏ । ହେଲେ ମୁହଁର ଡାହାଣ ପଟ ମଝି ଭାଗରେ କଳାଜାଇ ରହିଥିବା ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି ।
    ସେହିପରି ଡାହାଣ ପଟ ଆଖି ପତା ଉପରେ କଳାଜାଇ ଥିବା ବ୍ୟକ୍ତି ଧାର୍ମିକ ସ୍ୱାଭବର ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.9 ° C
    15.9 °
    15.9 °
    34 %
    1.3kmh
    0 %
    Wed
    33 °
    Thu
    33 °
    Fri
    34 °
    Sat
    33 °
    Sun
    30 °

    ସମ୍ବନ୍ଧିତ