Wednesday, October 7, 2026
31.4 C
Odisha

    ଏଥର ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ, କିନ୍ତୁ ଓଡ଼ିଶାରେ କମିବ : ଆଇଏମଡି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦେଶର ସାଧାରଣ ଜନତା ଓ ସରକାରଙ୍କ ପାଇଁ ଖୁସଖବର । କାରଣ ଭାରତରେ ଏବର୍ଷ ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହେବ ଏବଂ ଦୀର୍ଘକାଳୀନ ହାରାହାରି (୮୭ ସେମି)ର ୧୦୬ ପ୍ରତିଶତ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ପୂର୍ବାନୁମାନ କରିଛି। ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଯେ ଉତ୍ତର-ପଶ୍ଚିମ, ପୂର୍ବ ଏବଂ ଉତ୍ତରପୂର୍ବ ରାଜ୍ୟର କିଛି ଅଞ୍ଚଳକୁ ବାଦ୍ ଦେଲେ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଭାରତରେ ଭଲ ମୌସୁମୀ ବର୍ଷା କରାଉଥିବା ‘ଲା ନିନା ‘ସ୍ଥିତି ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ସକ୍ରିୟ ହେବାର ସମ୍ଭାବନା ରହିଛି। ସାଧାରଣତଃ ଜୁନ୍ ପହିଲାବେଳକୁ କେରଳ ସ୍ପର୍ଷକରୁଥିବା ଓ ସେପ୍ଟେମ୍ବର ଶେଷ ସପ୍ତାହରେ ପ୍ରତ୍ୟାବର୍ତ୍ତନ କରୁଥିବା ମୌସୁମୀ ଚଳିତ ବର୍ଷ ଦୀର୍ଘମିଆଦୀ ହାରାହାରି ୧୦୬% ରହିବ ବୋଲି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍ ରବିଚନ୍ଦ୍ରନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କିନ୍ତୁ ଓଡ଼ିଶା ପାଇଁ ସ୍ଥିତି ସେତେଟା ଆଶାଜନକ ନଥିବା ଆଇଏମଡି ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶାରେ ହାରାହାରିଠାରୁ କମ ବର୍ଷା ହେବାର ସମ୍ଭାବନା ବ୍ୟକ୍ତ କରାଯାଇଛି । ଅର୍ଥାତ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବାର ଆଶଙ୍କା ରହିଛି । ଏହା ଫଳରେ ଓଡ଼ିଶାର ଚାଷୀମାନଙ୍କ ପାଇଁ ସ୍ଥିତି ଚିନ୍ତାଜନକ ହେବାର ଆଶଙ୍କା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ