Wednesday, October 7, 2026
31.4 C
Odisha

    ହରିୟାଣାରେ ଆପ୍‌-କଂଗ୍ରେସ ମେଣ୍ଟ ଆଶା ଭାଙ୍ଗିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ହରିୟାଣା ବିଧାନସଭା ନିମନ୍ତେ ଇଣ୍ଡି-ମେଣ୍ଟର ଦୁଇ ସଦସ୍ୟ କଂଗ୍ରେସ ଓ ଆପ୍‌ ମଧ୍ୟରେ ଆସନ ବୁଝାମଣା ହେବା ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା, ‌ତାହାର ଅବସାନ ଘଟିଛି। ଆପ୍‌ ସମସ୍ତ ବିଧାନସଭା ଆସନରେ ପ୍ରାର୍ଥୀ ଦେବ ବୋଲି କହିବା ସହ ପ୍ରଥମ ତାଲିକାରେ ୨୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।
    ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣା ନିମନ୍ତେ ପ୍ରଥମେ ଆପ୍‌ ଏକୁଟିଆ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲା। କିନ୍ତୁ ଗତ ସପ୍ତାହରେ କଂଗ୍ରେସ-ଆପ୍‌ ମେଣ୍ଟ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ହୋଇଥିଲା। ଉଭୟ ଦଳ ମଧ୍ୟରେ ଆସନ ବୁଝାମଣାରେ ଆପ୍‌, କାଲାୟାତ ଆସନ ଓ କୁରୁକ୍ଷେତ୍ର ଅଞ୍ଚଳରୁ ଗୋଟିଏ ଆସନ ସହ ୧୦ଟି ଆସନ ମାଗିଥିଲା। ଅପରପକ୍ଷରେ, କଂଗ୍ରେସ ୩ଟି ଆସନର ପ୍ରସ୍ତାବ ଦେଇଥିଲା। ଏହାକୁ ନେଇ ଉଭୟ ଦଳ ମଧ୍ୟରେ ଗତ କିଛି ଦିନ ଧରି ଟଣାଓଟରା ଲାଗି ରହିଥିଲା। ତେବେ ଆଜି ପୂର୍ବାହ୍‌ଣରେ ହରିୟାଣାର ଆପ୍‌ ଅଧ୍ୟକ୍ଷ ସୁଶୀଲ ଗୁପ୍ତା କହିଥିଲେ ଯେ ସଂଧ୍ୟା ସୁଦ୍ଧା କଂଗ୍ରେସ କୌଣସି ନିଷ୍ପତ୍ତି ନନିଏ ତେବେ ଦଳ ସମସ୍ତ ୯୦ଟି ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିବ। କଂଗ୍ରେସ ପକ୍ଷରୁ ଆସନ ବୁଝାମଣା ସମ୍ପର୍କରେ ସ୍ପଷ୍ଟ କରାଯାଇନଥିଲା।

    ଏଣୁ ଚେତାବନୀ ମୁତାବକ ଆପ୍‌, ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ, କାଲାୟାତ ବିଧାନସଭା ଆସନରୁ ଦଳର ହରିୟାଣା ଉପସଭାପତି ଅନୁରାଗ ଧଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭିୱାନିରୁ ଇନ୍ଦୁ ଶର୍ମା, ମେହମ୍‌ରୁ ବିକାଶ ନେହେରା, ରୋହତକରୁ ବିଜେନ୍ଦ୍ର ହୁଦାଙ୍କୁ ପ୍ରାର୍ଥୀ କରିଛି। ସୂଚନା‌ଯୋଗ୍ୟ, ହରିୟାଣା ନିମନ୍ତେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୪୯ଜଣିଆ ପ୍ରାର୍ଥୀ ତାଲିକାକୁ ଚୂଡ଼ାନ୍ତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ