Thursday, October 1, 2026
30.6 C
Odisha

    ଭାରତ ରଙ୍ଗ ମହୋତ୍ସବ: ରୋମାଞ୍ଚ ଭରିଲା ‘ତଦନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଧନୀ ବ୍ୟବସାୟୀ ମନୋହର ଚୌଧୁରୀଙ୍କ ଝିଅ ଅନିତାଙ୍କ ନିର୍ବନ୍ଧ ଉତ୍ସବ ଧୁମ୍‌ଧାମ୍‌ରେ ଶେଷ ହେଲା। ଉତ୍ସବ ସରିବା ପରେ ସେଠାରେ ଲାଗିଲା ନାଲିବତି ଗାଡ଼ି। ବନ୍ଦନା ବରୁଆ ନାମ ଜଣେ ଯୁବତୀଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରିବାକୁ ଆସିଥାନ୍ତି ପୁଲିସ ଅଧିକାରୀ ନିର୍ମଳ। ପରିବାରର ସମସ୍ତ ସଦସ୍ୟଙ୍କ ସହ ବିଭିନ୍ନ ପ୍ରଶ୍ନୋତ୍ତର ଚାଲିଲା। ଶେଷରେ ପୁଲିସ ବାବୁ ଜାଣିଲେ ଯେ ଚୌଧୁରୀଙ୍କ ପରିବାରର ସମସ୍ତ ସଦସ୍ୟ ବନ୍ଦନାଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡ଼ିତ। ଏହାପରେ ହଠାତ୍‌ ସମସ୍ତଙ୍କୁ ଚିନ୍ତାରେ ପକାଇ ପୁଲିସ ବାବୁ ସେଠାରୁ ଚାଲିଯାଆନ୍ତି। ଠିକ୍ ଏହାପରେ ଘଟଣାର ମୋଡ଼ ଏକ ଭିନ୍ନ ଦିଗକୁ ଗତି କରେ।
    ଜଣେ ଯୁବତୀଙ୍କ ରହସ୍ୟମୟ ଆତ୍ମହତ୍ୟା ଘଟଣାର ଛାନ୍‌ଭିନ୍‌ କାହାଣୀକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ତଦନ୍ତ’। ଏହି ନାଟକକୁ ଜେ.ବି ପ୍ରିଷ୍ଟଲେ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଦକ୍ଷୀଣା ଶର୍ମା। ଆସାମର ‘ଶିଳ୍ପା କାନନ’ ନାଟ୍ୟାନୁଷ୍ଠାନର କଳାକାର ଏହି ନାଟକକୁ ପରିବେଷଣ କରିଥିଲେ। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ୍ ଅଫ୍‌ ଡ୍ରାମା (ଏନ୍‌ଏସ୍‌ଡି) ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ ଅନୁଷ୍ଠିତ ‘ଭାରତ ରଙ୍ଗ ମହୋତ୍ସବ’ର ଚତୁର୍ଥ ସନ୍ଧ୍ୟାରେ ଅତିଥି ଭାବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଦୋଳଗୋବିନ୍ଦ ରଥ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    54 %
    2.7kmh
    7 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ