Thursday, April 9, 2026
27.5 C
Odisha

    ବିବାଦ ପରେ ବି ମାଳଦ୍ବୀପ ଗଲେଣି ୧୪୦୦ରୁ ଅଧିକ ଭାରତୀୟ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ସମ୍ପର୍କରେ ମାଳଦ୍ବୀପ ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ପରେ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଏହାର ଦୃଢ଼ ବିରୋଧ କରୁଛନ୍ତି। ‌ଦେଶ ସାରା ‘ବଏକଟ୍‌ ମାଳଦ୍ବୀପ’ ଟ୍ରେଣ୍ଡ ଜାରି ରହିଛି। ମାଳଦ୍ବୀପକୁ ବୁଲିବାକୁ ଯୋଜନା କରିଥିବା ହଜାର ହଜାର ଭାରତୀୟ ଟିକେଟ୍‌ ବାତିଲ କରୁଥିବା ଦେଖିବାକୁ ମିଳିଛି। ହେଲେ ବିବାଦ ପରେ ବି କିଛି ଭାରତୀୟ ମାଳଦ୍ବୀପ ବୁଲି ଯାଉଥିବା ସାମ୍ନାକୁ ଆସିଛି। ଗତ ୩ଦିନ ମଧ୍ୟରେ ମାଳଦ୍ବୀପକୁ ୧୪୦୦ରୁ ଅଧିକ ଭାରତୀୟ ବୁଲିବାକୁ ଯାଇଥିବା ସାମ୍ନାକୁ ଆସିଛି।

    ଜାତୀୟ ଗଣମାଧ୍ୟମ ଅନୁଯାୟୀ, ମାଲଦ୍ୱୀପର ପର୍ଯ୍ୟଟନ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଜାନୁଆରି ୧ରୁ ୬ମଧ୍ୟରେ ୩୩,୮୦୭ ପର୍ଯ୍ୟଟକ ମାଲଦ୍ୱୀପ ଆସିଥିଲେ। ସେଥିମଧ୍ୟରୁ ୨,୩୭୨ଜଣ ଭାରତୀୟ ଥି‌ଲେ ବୋଲି ଜଣାପଡ଼ିଛି। ଏହା ସହ ଜାନୁଆରି ୭ରୁ ଜାନୁଆରି ୯ ମଧ୍ୟରେ ୧୭,୧୭୬ପର୍ଯ୍ୟଟକ ମାଲଦ୍ୱୀପରେ ପହଞ୍ଚିଥିଲେ। ସେଥିମଧ୍ୟରୁ ୧୪୧୯ଜଣ ଭାରତୀୟ ପର୍ଯ୍ୟଟକ ଥିଲେ ବୋଲି ସାମ୍ନାକୁ ଆସିଛି।

    ବିବାଦ ମଧ୍ୟରେ ଅନେକ ନିଜର ଟିକେଟ ବାତିଲ କରୁଥିବା ବେଳେ କିଛି ଭାରତୀୟ ମାଳଦ୍ବୀପ ଯିବାଟା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।ଏହା ପୂର୍ବରୁ ବଲିଉଡ ଅଭିନେତ୍ରୀ ବିପାଶା ବସୁ ପରିବାର ସହ ମାଳଦ୍ବୀପ ବୁଲିଯିବାକୁ ଯାଇ ଟ୍ରୋଲ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ