Sunday, September 27, 2026
24.7 C
Odisha

    ଡକ୍ଟର ଫାରୁକ୍ ଅବଦୁଲ୍ଲାଙ୍କୁ ମନି ଲଣ୍ଡରିଂ ମାମଲାରେ ଡାକରା: ଇଡିକୁ ମୁର୍ଖ କହିଲେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି

    ଆଗକୁ ପଢନ୍ତୁ

    କୋଲକାତା: ନେସନାଲ କନଫରେନ୍ସର ସଭାପତି ଡକ୍ଟର ଫାରୁକ୍ ଅବଦୁଲ୍ଲାଙ୍କୁ ମନି ଲଣ୍ଡରିଂ ମାମଲାରେ ସମନ ଜାରି କରି ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପକ୍ଷରୁ ଡକାଯାଇଥିଲା। ତେବେ ସେ ଇଡି ଆଗରେ ହାଜର ହୋଇନଥିଲେ। ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ କେନ୍ଦ୍ରୀୟ ଏଜେନ୍ସିକୁ କଟାକ୍ଷ କରି ‘ମୁର୍ଖ’ ବୋଲି କହିଛନ୍ତି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଏହି ଏଜେନ୍ସିଗୁଡ଼ିକର ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଇଡି ଚାଲିଛି ବୋଲି କହିଛନ୍ତି। ସେ କହିଛନ୍ତି, ‘ଇଡି ଦ୍ୱାରା କାହାକୁ ଡକାଯିବ ଏବଂ କାହାକୁ ଡକାଯିବ ନାହିଁ, ଏହା ଇଡିର ନିଜସ୍ୱ ବିଷୟ। ଆମେ ସମସ୍ତେ ଜାଣୁ ଯେ ଆମର ଇଡି କେବଳ (କେନ୍ଦ୍ର) ସରକାରଙ୍କ ନିର୍ଦ୍ଦେଶରେ କାମ କରେ। ଇଡି ଫାରୁକ୍ ଅବଦୁଲ୍ଲାଙ୍କୁ ଡାକିବା ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଛଡ଼ା ଆଉ କିଛି ନୁହେଁ।

    ବିରୋଧୀ ଦଳର ନେତାମାନେ ଏଭଳି ଅଭିଯୋଗ କରିବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଗତ ସପ୍ତାହରେ ଇଡି ଦଳ ଉପରେ ଆକ୍ରମଣ ପରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରୁଥିବା କେନ୍ଦ୍ରୀୟ ଏଜେନ୍ସି ଉପରେ ଟିପ୍ପଣୀ ଦେଇ କଂଗ୍ରେସ ସାଂସଦ କହିଥିଲେ, ଇଡି କ’ଣ କରିବ? ଇଡି ନିଜେ ଜଣେ ମୁର୍ଖ। ବଙ୍ଗଳାର ଶାସକ ଦଳ ତାଙ୍କ କଥା ବୁଝିବେ।

    ସୂଚନାଯୋଗ୍ୟ, ଜମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନ୍ (ଜେକେସିଏ) ରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ ସଂପର୍କରେ  ୮୬ ବର୍ଷୀୟ ରାଜନେତା ଡକ୍ଟର ଫାରୁକ୍ ଅବଦୁଲ୍ଲାଙ୍କୁ ଡକାଯାଇଥିଲା। ୨୦୨୨ ମସିହାରେ ଶ୍ରୀନଗର ଲୋକସଭା ସାଂସଦ ଫାରୁକଙ୍କ ବିରୋଧରେ ଇଡି ଏକ ଚାର୍ଜସିଟ୍ ଦାଖଲ କରିଥିଲା। ୨୦୧୮ରେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ୍ ଉପରେ ଏହା ଆଧାରିତଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ