Thursday, April 2, 2026
25.4 C
Odisha

    ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଚାଲୁ ରଖାଯାଉ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟର ରୋଗୀ ମାନଙ୍କ ପାଇଁ ଉପଲବ୍ଧ ହେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଯୋଜନାକୁ ଜାରି ରଖା ଯାଉ। ଏହି କାର୍ଡ ବନ୍ଦ ନେଇ କୌଣସି ଅପ ପ୍ରଚାର କରା ନ ଯାଉ । ଏହି କାର୍ଡ ହଠାତ୍ ବନ୍ଦ ଘୋଷଣା ଦ୍ଵାରା ରାଜ୍ୟର ବହୁ ରୋଗୀ ଏବଂ ତାଙ୍କ ପରିବାର ହଇରାଣ ହେବା ସହ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବେ ବୋଲି ଇଣ୍ଡିଆ ମେଣ୍ଟ ପକ୍ଷରୁ କୁହାଯାଇଛି । ଏନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଶ୍ରୀ ଜେନାଙ୍କ ସମେତ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ସମାଜବାଦୀ ପାର୍ଟି ଓଡିଶା ମୁଖ୍ୟ ରବି ବେହେରା, ଫରୱାର୍ଡ ବ୍ଲକ୍ ନେତା ଜ୍ୟୋତି ମହାପାତ୍ର, ଏନସିପି ଶରତ ପାୱାର ନେତା ବିକ୍ରମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଅପରପକ୍ଷରେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସିପିଆଇ, ସିପିଏମ, ଆରଜେଡି, ସିପିଆଇ ଏମଏଲ୍ ଓ ଆମ ଆଦମୀ ପାର୍ଟି ନିଜ ସମର୍ଥନ ଜାରି କରିଛି । ଏହି ବୈଠକରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ ଯେ, ଘରୋଇ ଚିକିତ୍ସାଳୟ BSKY ଗ୍ରହଣ ନକରିବା ଦ୍ୱାରା ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଏପରି ନ କରା ଯାଉ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ। ଶ୍ରୀ କାନୁନଗୋ କହିଥିଲେ ଯେ, ରୋଗୀମାନଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ସମସ୍ତ ରାଜନୈତିକ ଦଳ ଏକ ହୋଇ ସ୍ୱର ଉତ୍ତୋଳନ କରିବୁ। ସେହିପରି ରବି ବେହେରା କହିଥିଲେ ଯେ, BSKY CARD ଗ୍ରହଣ ନ ହେଉଥିବାରୁ ରାଜ୍ୟରେ ଏକ ଆତଙ୍କ ସୃଷ୍ଟି ହେଉଛି। ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ଏନସିପି ମୁଖ୍ୟ ବିକ୍ରମ ସ୍ୱାଇଁ କହିଥିଲେ ଯେ, ଆମେ କ୍ୟାପିଟାଲ ହସ୍ପିଟାଲ ଯାଇ ଦେଖିଲୁ। ରୋଗୀମାନେ BSKY ସେବାରୁ ବଞ୍ଚିତ ହେଉଛନ୍ତି ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ବୋଲି ଶ୍ରୀ ସ୍ୱାଇଁ କହିଥିଲେ। ଫରୱାର୍ଡ ବ୍ଲକ୍ ନେତା ଜ୍ୟୋତି ମହାପାତ୍ର bsky କାର୍ଡ ନେଇ ହୋଇଥିବା ଏକାଧିକ ଘଟଣାର ଅବତାରଣl କରିଥିଲେ । ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ନାଁରେ ହୋଇଥିବା ଯୋଜନାକୁ ବନ୍ଦ କରିବାକୁ ଦିଆ ଯିବ ନାହିଁ ବୋଲି ଇଣ୍ଡିଆ ମେଣ୍ଟର ସବୁ ଦଳ ଏକ ସ୍ଵରରେ କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ