Wednesday, April 8, 2026
34.5 C
Odisha

    India Open Super 750: ଭାରତୀୟ ଦଳର ନେତୃତ୍ୱ ନେବେ ଲକ୍ଷ୍ୟ ସେନ ଏବଂ ପିଭି ସିନ୍ଧୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାନୁଆରୀ ୧୪ରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଇଣ୍ଡିଆ ଓପନ୍ ସୁପର ୭୫୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ସେହିପରି ଭାରତର ସର୍ବବୃହତ ଦଳର ନେତୃତ୍ୱ ନେବେ ଲକ୍ଷ୍ୟ ସେନ ଓ ପିଭି ସିନ୍ଧୁ।ଏହି ଟୁର୍ଣ୍ଣାମେଣ୍ଟରେ ଅଲିମ୍ପିକ୍ ଚାମ୍ପିୟନ ଭିକ୍ଟର ଆକ୍ସେଲସେନ୍, ଆନ୍ ସେ ୟଙ୍ଗ୍ ଏବଂ ବିଶ୍ୱର ଏକ ନମ୍ବର ଖେଳାଳି ଶି ୟୁକିଙ୍କ ଭଳି ସୁପରଷ୍ଟାର୍ ଚମକିବେ।ଇଣ୍ଡିଆ ଓପନ୍ ସୁପର ୭୫୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଓ କେଡି ଯାଦବ ଇଣ୍ଡୋର ହଲରେ ଖେଳାଯିବ। ଏହାବ୍ୟତୀତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ମୋଟ ୨୧ ଜଣ ଖେଳାଳି ରହିବେ। ସେହିପରି ଭାରତୀୟ ବ୍ୟାଡମିଣ୍ଟନ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ମିଶ୍ର ଏକ ବିଜ୍ଞପ୍ତି ଜାରି କରିଛନ୍ତି।

    ସୁପର ୭୫୦ ପ୍ରତିଯୋଗିତାରେ ଏତେ ସଂଖ୍ୟକ ଭାରତୀୟ ଖେଳାଳିଙ୍କ ଅଂଶଗ୍ରହଣ ଦର୍ଶାଉଛି ଯେ ବିଶ୍ୱସ୍ତରରେ ଭାରତର ବ୍ୟାଡ୍ ମିଣ୍ଟନ କେତେ ବିକଶିତ ହୋଇଛି।ବିଶ୍ୱ ସ୍ତରରେ ଭାରତୀୟ ବ୍ୟାଡମିଣ୍ଟନର ଅଭିବୃଦ୍ଧି ଓ ଉନ୍ନତିର ଏହା ଏକ ଉଲ୍ଲେଖନୀୟ ସଙ୍କେତ। “ଏହା କେବଳ ଆରମ୍ଭ – ୨୦୨୫ ଏକ ବର୍ଷ ହେବ ଯେଉଁଥିରେ ବଡ଼ ବଡ଼ ନାମ ଭାବରେ ଅଧିକ ନାମ ରହିବ।ଏହି ଟୁର୍ଣ୍ଣାମେଣ୍ଟର ଗତ ସଂସ୍କରଣରେ ଭାରତ ପାଖରେ ୧୪ ଜଣ ଖେଳାଳି ଥିବା ବେଳେ ଏଥର ଏହି ସଂଖ୍ୟା ୨୧କୁ ବୃଦ୍ଧି ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    23 %
    0.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ