Thursday, September 19, 2024
23 C
Odisha

    ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ମ୍ୟାନୁଫାକଚରିଂ କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ମ୍ୟାନୁଫାକଚରିଂ କେନ୍ଦ୍ରର ଆଜି ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱରର ଇନଫୋଭ୍ୟାଲିସ୍ଥିତ ଇଏମସି ପାର୍କରେ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ଲିଃ ଦ୍ୱାରା ଏହି ୟୁନିଟ୍ ସ୍ଥାପନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଦେଶର ଅଗ୍ରଣୀ ସେମିକଣ୍ଡକ୍ଟର ହବ୍ ଭାବେ ଓଡ଼ିଶାକୁ ଗଢ଼ିବା ଦିଗରେ ଏହି ୟୁନିଟ୍ ସ୍ଥାପନ ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ପଦକ୍ଷେପ । ଏହି ନୂଆ ସୁବିଧା ନାକେବଳ ରାଜ୍ୟରେ ଷ୍ଟେଟ ଅଫ୍ ଆର୍ଟ ପ୍ରଡକ୍ଟ ସୃଷ୍ଟି କରିବ ବରଂ ପ୍ରତିଭାବାନ ଯୁବକଯୁବତୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ଯାହା ସେମାନଙ୍କୁ ସବୁପ୍ରକାରର ଜ୍ଞାନକୌଶଳ ଯୋଗାଇବାରେ ସହାୟକ ହେବ । ଏହି ସୁବିଧା କେନ୍ଦ୍ର ପ୍ରଶିକ୍ଷିତ ପ୍ରଫେସନାଲଙ୍କୁ ଆକର୍ଷିତ କରିବ । ଯାହାକି ଅର୍ଥନୀତିକ ଅଭିବୃଦ୍ଧି କରିବା ସହ ଓଡ଼ିଶାକୁ ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ଭାବେ ବିକଶିତ କରିବ । ସୂଚନାଯୋଗ୍ୟ, ଆସନ୍ତା ୩ବର୍ଷ ମଧ୍ୟରେ ପ୍ରାୟ ୬୨୦କୋଟି ଟଙ୍କାର ନିବେଶରେ ଏହି ଷ୍ଟେଟ ଅଫ ଆର୍ଟ ସୁବିଧା କେନ୍ଦ୍ର ସ୍ଥାପନ ହେବ । ଏହା ୫୦୦ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ନୂଆ ନିଯୁକ୍ତି ପ୍ରଦାନ କରିବ ।

    ଏହି ଅବସରରେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ