Monday, September 28, 2026
29.4 C
Odisha

    ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଲେ ବି ଜିତିବ ଭାରତ; କଣ ରହିଛି ନିୟମ

    ଆଗକୁ ପଢନ୍ତୁ

    ଟି-୨୦ ବିଶ୍ୱକପର ସପୁର ୮ର ଶେଷ ମୁକାବିଲାରେ ସମସ୍ତଙ୍କୁ ଚକିତ କରି ପ୍ରଥମଥର ପାଇଁ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ। ଏହାପରେ ଦଳ ଦକ୍ଷିଣ ଆଫ୍ରିକା ସହ ମ୍ୟାଚ୍‌ ଖେଳିବ। ଭାରତର ମୁକବିଲା ଇଂଲଣ୍ଡ ସହ ହେବ। ଦକ୍ଷିଣ ଆଫ୍ରିକା ବନାମ ଆଫାଗାନିସ୍ତାନ ପ୍ରଥମ ସେମି ଫାଇନାଲରେ ମୁହାଁମୁହିଁ ହେବେ। ଗୁରୁବାର ଭାରତୀୟ ସମୟ ସକାଳ ୬ଟାରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ସେହିପରି ଭାରତ ଓ ଇଂଲଣ୍ଡ ଭାରତୀୟ ସମୟ ସନ୍ଧ୍ୟା ୮ରେ ଗାୟାନାରେ ମୁହାଁମୁହିଁ ହେବେ। ଟୁର୍ଣ୍ଣାମେଣ୍ଟ ପୂର୍ବରୁ ହିଁ ଭାରତ ଗାୟାନାରେ ସେମି ଫାଇନାଲ ଖେଳିବ ବୋଲି ସ୍ଥିର ହୋଇଥିଲା। ଦୁଇଟି ଯାକ ଭେନ୍ୟୁର ପ୍ଲେଇଂ କଣ୍ଡିସନ ପୂରା ଭିନ୍ନ। ଭାରତ-ଇଂଲଣ୍ଡ ସେମି ଫାଇନାଲ ପାଇଁ କୌଣସି ପ୍ରକାରର ସଂରକ୍ଷିତ ଦିବସ ନାହିଁ। କାରଣ ସେମି ଓ ଫାଇନାଲ ମଧ୍ୟରେ କେବଳ ଗୋଟିଏ ଦିନର ଗ୍ୟାପ ରହୁଛି। ଗୁରୁବାର ସେମି ଫାଇନାଲ ଖେଳାଯିବାକୁ ଥିବା ବେଳେ ଶନିବାର ଫାଇନାଲ ଅନୁଷ୍ଠିତ ହେବ। ଭାରତ ଓ ଇଂଲଣ୍ଡ ମ୍ୟାଚ ପାଇଁ ମୋଟ ୨୫୦ ମିନିଟ ବା ୪ ଘଣ୍ଟା ୧୦ ମିନିଟର ସମୟ ରଖାଯାଇଛି। ଏହାର ଅର୍ଥ ବର୍ଷା ବାଧକ ହେଲେ ମଧ୍ୟ ମ୍ୟାଚ୍‌ ସେହି ଦିନ ସାରିବାକୁ ଯୋଜନା ରହିଛି। ପ୍ରଥମ ସେମି ଫାଇନାଲ ପାଇଁ ସେହିଦିନ ଅତିରିକ୍ତ ୬୦ ମିନିଟ ଓ ସଂରକ୍ଷଣ ଦିବସରେ ୧୯୦ ମିନିଟ ସମୟ ରଖାଯାଇଛି। ଏହି ୧୯୦ ମିନିଟ ସ୍ଥାନୀୟ ସମୟ ଦିନ ୨ଟାରୁ ଆରମ୍ଭ ହେବ। ସେହିପରି ସେମି ଓ ଫାଇନାଲ ମ୍ୟାଚ୍‌ର ରେଜଲ୍ଟ ପାଇଁ ସର୍ବନିମ୍ନ ୧୦ ଓଭର ରଖାଯାଇଛି। ଏହାର ଅର୍ଥ ବର୍ଷା ହେଲେ ଆଉ ୫ ଓଭର ପରେ ଡିଏଲଏସ୍‌ ଲାଗୁ ହେବ ନାହିଁ। ୧୦ ଓଭର ପରେ ଏହି ନିୟମ ଲାଗୁ କରାଯିବ। ଲିଗ ଓ ସୁପର ୮ରେ ଏହା ସର୍ବନିମ୍ନ ୫ ଓଭର ରହିଥିଲା। ଉଭୟ ଭେନ୍ୟୁର ପାଣିପାଗକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା ଲାଗୁ କରାଯାଇଛି। ଦୁଇଟି ଯାକ ମ୍ୟାଚ୍‌ ଉପରେ ବର୍ଷା ବାଧକ ସାଜିବାର ଯଥେଷ୍ଟ ଆଶଙ୍କା ରହିଛି। ଯଦି ବର୍ଷା ଯୋଗୁ ଭାରତ ଓ ଇଂଲଣ୍ଡ ମ୍ୟାଚ ବାତିଲ ହୋଇଯାଏ, ତା’ହେଲେ କେଉଁ ଦଳ ଫାଇନାଲକୁ ଯିବ? ଏହାର ଉତ୍ତର ହେଉଛି ଭାରତ। କାରଣ ଭାରତ ଏଯାଏ ଅପରାଜେୟ ରହିଛି। ସୁପର ୮ରେ ୧ନଂରେ ରହି ସେମି ଫାଇନାଲକୁ ଆସିଥିବା ଦଳ ମ୍ୟାଚ୍‌ ବାତିଲ ହେଲେ ସିଧା ଫାଇନାଲରେ ପ୍ରବେଶ କରିବ। ସମାନ ନିୟମ ଦକ୍ଷିଣ ଆଫ୍ରିକା କ୍ଷେତ୍ରରେ ମଧ୍ୟ ଲାଗୁ ହେବ। କାରଣ ଦକ୍ଷିଣ ଆଫ୍ରିକା ମଧ୍ୟ ଅପରାଜେୟ ରହି ସେମିକୁ ଯାଇଛି। ଅନ୍ୟପକ୍ଷରେ ଜୁନ ୨୯ରେ ଯଦି ବର୍ଷା ହୁଏ, ତା’ହେଲେ ଫାଇନାଲକୁ ଯାଇଥିବା ଉଭୟ ଦଳକୁ ମିଳିତ ବିଜେତା ଘୋଷଣା କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ