Wednesday, August 19, 2026
27.6 C
Odisha

    ବୈଜ୍ଞାନିକ ଦେଲେ ଖୁସି ଖବର, ଆଉ ବିଗିଡିବ ନାହିଁ ପାଣି ପାଗ

    ଆଗକୁ ପଢନ୍ତୁ

    ବିଶ୍ବ ପାଣିପାଗ ପାଇଁ ଖୁସି ଖବର। ଜୁଲାଇ ଦ୍ବିତୀୟ ସପ୍ତାହରେ ଆକ୍ଟିଭ ହେବ ଲାନିନା । ବଦଳିଯିବ ପାଣିପାଗର ମିଜାଜ । ସବୁ କ୍ଷେତ୍ରରେ ହେବ ଅନୁକୂଳ ହେବ ବାତାବରଣ ଓଡିଶା ଉପରେ ବି ପଡିବ ସାକାରାତ୍ମକ ପ୍ରଭାବ। ଆଉ ଆଗଭଳି ସନ୍ତୁଳନ ହରାଇବନି ପାଗ । ମୌସୁମୀ ବର୍ଷା ସହ ଶୀତ ଏବଂ ଖରାର ପ୍ରଭାବ ହେବ ସ୍ବାଭାବିକ । ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ ଆକଳନ କରିଛନ୍ତି। ଗତ ବର୍ଷ ରହିଥିଲା ଏଲନିନୋର ପ୍ରଭାବ । ଫଳରେ ବିଗିଡି ଯାଇଥିଲା ପାଣିପାଗର ମିଜାଜ୍ । ଫଳରେ ପ୍ରଭାବିତ ହୋଇଥିଲା ଖରା, ବର୍ଷା ଓ ଶୀତର ପ୍ରଭାବ । ଏଲ୍‌ନିନୋ ଶବ୍ଦଟି କେନ୍ଦ୍ରୀୟ ଓ ପୂର୍ବ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ରପୃଷ୍ଠର ତାପମାତ୍ରା ହାରାହାରିଠାରୁ ଅଧିକ ରହିବାକୁ ବୁଝାଏ। ଲାନିନା ହେଉଛି ତା’ର ବିପରୀତ ଏକ ଜଳବାୟୁ ଢାଞ୍ଚା ଯାହା ଦକ୍ଷିଣ ଆମେରିକାର ଉଷ୍ମମଣ୍ଡଳୀୟ ପଶ୍ଚିମ ଉପକୂଳରେ ଭୂପୃଷ୍ଠ-ସମୁଦ୍ର ଜଳର ଶୀତଳତାକୁ ସୂଚାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.6 ° C
    27.6 °
    27.6 °
    77 %
    4.4kmh
    62 %
    Wed
    29 °
    Thu
    27 °
    Fri
    29 °
    Sat
    26 °
    Sun
    28 °

    ସମ୍ବନ୍ଧିତ