Sunday, April 12, 2026
24.1 C
Odisha

    ଭାରତୀୟ ନୌସେନାକୁ ମିଳିବ ଦୁଇଟି ପରମାଣୁ ବୁଡ଼ାଜାହାଜ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ମିଳିବ, ଯାହା କି ଭାରତ ମହାସାଗର ଅଞ୍ଚଳରେ ଏହାର କ୍ଷମତାକୁ ବହୁଗୁଣିତ କରିବ। ବିଶାଖାପାଟଣାସ୍ଥିତ ସିପ୍ ବିଲ୍ଡିଂ ସେଣ୍ଟର ସହ ଏହି ଦୁଇଟି ବୁଡ଼ାଜାହାଜ ନିର୍ମାଣ ପାଇଁ ପ୍ରାୟ ୪୫,୦୦୦ କୋଟି ଟଙ୍କାର ଚୁକ୍ତି ହେବ। ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ବାହିନୀର ସର୍ଭେଲାନ୍ସ କ୍ଷମତା ବୃଦ୍ଧିପାଇଁ କ୍ୟାବିନେଟ୍ କମିଟି ଦୁଇଟି ପରମାଣୁ ବୁଡ଼ାଜାହାଜର ସ୍ୱଦେଶୀ ଉତ୍ପାଦନ ସହ ଆମେରିକାଠାରୁ ୩୧ଟି ପ୍ରିଡେଟର ଡ୍ରୋନ୍ କ୍ରୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ଅନୁମୋଦନ କରିଛି। ଏହି ଚୁକ୍ତି ଦୀର୍ଘ ଦିନ ଧରି ବିଚାରାଧୀନ ଥିଲା ଏବଂ ଭାରତୀୟ ନୌସେନାର ଅଭାବ ପୂରଣ କରିବା ପାଇଁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଭାବରେ ବିଚାର କରାଯାଉଥିଲା । ଭବିଷ୍ୟତରେ ଭାରତ ଏଭଳି ୬ଟି ବୁଡ଼ାଜାହାଜକୁ ନିଜ ଫ୍ଲିଟ୍‌ରେ ସାମିଲ କରିବାକୁ ଯୋଜନା ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    17 %
    1.4kmh
    0 %
    Sun
    40 °
    Mon
    41 °
    Tue
    42 °
    Wed
    44 °
    Thu
    43 °

    ସମ୍ବନ୍ଧିତ