Saturday, September 26, 2026
24.5 C
Odisha

    ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଯୁବକ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ଅନୁଗୁଳ: ଶିକାରୀ ଓ ଦଲାଲମାନଙ୍କ ପ୍ରାଦୂର୍ଭାବ ବଢ଼ିଥିବା କାରଣରୁ ବନ୍ୟ ପ୍ରାଣୀମାନେ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛନ୍ତି। ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅଧୀନ ବଅଁରପଳ-ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥର ରଂଜା ଛକ ନିକଟରେ ଆଜି ପୂର୍ବାହ୍‌ଣରେ ଏକ ଦୁର୍ଲଭ ବନ୍ୟ ପ୍ରାଣୀ ‘ବଜ୍ରକାପ୍ତା’ ଉଦ୍ଧାର ହେଉଛି। ଚାଲାଣ ପୂର୍ବରୁ ଦେବଗଡ଼ ବନଖଣ୍ଡ ଅଧୀନ କାର୍ଯ୍ୟରତ କର୍ମଚାରୀଙ୍କ ସହାୟତାରେ ଏସ୍‌ଟିଏଫ୍‌ ଅତର୍କିତ ଭାବେ ଚଢ଼ଉ କରି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଏଥି ସହିତ ଏସ୍‌ଟିଏଫ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଅଜିତ ବାଘ (ଏସ୍‌ଟିଏଫ୍‌ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ପାଳଲହଡ଼ା ଥାନା ଅଧୀନ ବଅଁରପଳ-ପାଳଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥର ରଂଜା ଛକ ନିକଟରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଧୀନ ତାମ୍ପରା ନିବାସୀ ପ୍ରସନ୍ନ ବାଘଙ୍କ ପୁଅ ଅଜିତ ଶୁକ୍ରବାର ପୂର୍ବାହ୍ନରେ ଜୀବନ୍ତ ବଜ୍ରକାପ୍ତାକୁ ଚାଲାଣ କରିବା ପାଇଁ ଜଣେ ଗ୍ରାହକଙ୍କୁ ଅପେକ୍ଷା କରିଥିଲା। ବଜ୍ରକାପ୍ତାକୁ ଚାଲାଣ କରିବା ପୂର୍ବରୁ ଏସ୍‌ଟିଏଫ୍‌ର ଟିମ୍‌ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଅତର୍କିତ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଅଭିଯୁକ୍ତ ପାଖରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଅନ୍ୟ ସାମଗ୍ରୀ ଜବତ ହୋଇଥିଲା। ଅଭିଯୁକ୍ତକୁ ପାଲଲହଡ଼ା ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜୀବନ୍ତ ବଜ୍ରକାପ୍ତାକୁ ପାଳଲହଡ଼ା ବନଖଣ୍ଡ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।)।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    92 %
    1.8kmh
    16 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ