Tuesday, September 29, 2026
24.9 C
Odisha

    Indian Post Payments Bank ଆଣିଲା ନିଯୁକ୍ତି ସୁଯୋଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ତରଫରୁ ବିଭିନ୍ନ ପଦବୀରେ ୬୮ଟି ପଦରେ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ପ୍ରାର୍ଥୀ ଆସନ୍ତା ଜାନୁୟାରୀ ୧୦ ତାରିଖ ସୁଦ୍ଧା ଅନଲାଇନ ୱେବସାଇଟ ippbonline.comରେ ଆବେଦନ କରିପାରିବେ ।

    ନୋଟିଫିକେସନ ଅନୁସାରେ, ଏହି ଭର୍ତ୍ତି ଅଭିଯାନ ଜରିଆରେ ମୋଟ ୬୮ ପଦରେ ନିଯୁକ୍ତି ମିଳିପାରିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରହିଛି।

    ନିଯୁକ୍ତି ପ୍ରକ୍ରିୟାରେ ନିମଲିଖିତ ପଦ ପାଇଁ ଆବେଦନ କରିପାରିବେ ପ୍ରାର୍ଥୀ

    ଆସିଷ୍ଟାଣ୍ଟ ମ୍ୟାନେଜର (IT)- ୫୪ ପଦ
    ମ୍ୟାନେଜର (IT- ଇନଫ୍ରାଷ୍ଟ୍ରକଚର, ନେଟୱର୍କ ଏବଂ କ୍ଲାଉଡ)- ୨ ପଦ
    ମ୍ୟାନେଜର (IT- ପେମେଣ୍ଟ ସିଷ୍ଟମ)
    ସିନିୟର ମ୍ୟାନେଜର (IT- ଏଣ୍ଟରପ୍ରାଇଜ ଡାଟା ଓୟାର ହାଉସ)
    ସିନିୟର ମ୍ୟାନେଜର (IT- ଇନଫ୍ରାଷ୍ଟକଚର, ନେଟୱର୍କ ଏବଂ କ୍ଲାଉଡ)
    ସିନିୟର ମ୍ୟାନେଜର (IT- ଭେଣ୍ଡର, ଆଉଟସୋର୍ସିଙ୍ଗ ଏବଂ ଅନୁବନ୍ଧ) ଇତ୍ୟାଦିରେ ଗୋଟିଲଏ ଲେଖାଏଁ ପଦରେ ଭର୍ତ୍ତି ମିଳିପାରିବ।

    ଦକ୍ଷତା: ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ କମ୍ପ୍ୟୁଟର ସାଇନ୍ସ, ଆଇଟି, କମ୍ପ୍ୟୁଟର ଆପ୍ଲିକେସନ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ, ଇଲେକ୍ଟ୍ରାନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ ବା ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଷ୍ଟ୍ରୁମେଣ୍ଟେସନରେ ବିଇ/ ବିଟେକ୍ କରିଥିବା ଆବଶ୍ୟକ।

    ମ୍ୟାନେଜର ଏବଂ ସିନିୟର ମ୍ୟାନେଜର ପାଇଁ ନିର୍ଦ୍ଧାରିତ ଡିଗ୍ରୀ ସହିତ ଅଭିଜ୍ଞତାର ଆବଶ୍ୟକତା ରହିଛି। ଅଧିକ ତଥ୍ୟ ପାଇଁ ଅଫିସିଆଲ ୱେବସାଇଟକୁ ଫଲୋ କରିପାରିବେ।

    ଆବେଦନ ପ୍ରକ୍ରିୟା: ଏହିସବୁ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ ippbonline.comକୁ ଯାଇପାରିବେ। ଏହାପରେ ‘Career’ ଟ୍ୟାବକୁ ଯାଇ ‘ଭର୍ତ୍ତି ଲିଙ୍କ’କୁ ଯାଆନ୍ତୁ।

    ରେଜିଷ୍ଟ୍ରେସନ କରି ଆବେଦନ ଫର୍ମ ପୂରଣ କରନ୍ତୁ ଏହାପରେ ଶୁଳ୍କ ପ୍ରଦାନ କରି ସବମିଟ୍ କରନ୍ତୁ । ପ୍ରାର୍ଥୀଙ୍କୁ ଏଥିପାଇଁ ୭୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ । ତେବେ ରିଜର୍ଭଡ କାଟାଗୋରୀ ପାଇଁ ଏହି ଶୁଳ୍କ ୧୫୦ ଟଙ୍କା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ