Wednesday, October 14, 2026
26.2 C
Odisha

    ରାଜଧାନୀ ରାସ୍ତାରେ ଗଡ଼ିଲା କଟା ମୁଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀର ରସୁଲଗଡ଼ରେ ଆଜି ସକାଳେ ଛାତିଥରା ହତ୍ୟାକାଣ୍ଡ ଘଟିଯାଇଛି। ରାସ୍ତାରେ ଦେଖିବାକୁ ମିଳିଛି ରକ୍ତର ବନ୍ୟା। ବିଚ୍ ରାସ୍ତାରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି।ରସୁଲଗଡ଼ ପ୍ଲାଏଓଭରେ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ଏକ ନାରଙ୍ଗି ରଙ୍ଗର ସ୍କୁଟି ଏବଂ ହେଲମେଟ୍ ପଡ଼ିଥିଲା। ମୃତଦେହରୁ ରକ୍ତ ଝରି ରାସ୍ତାସାରା ହୋଇଯାଇଥିଲା। ଗଣ୍ଡିରୁ ମୁଣ୍ଡ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇଯାଇଥିବା ପୋଲିସ କହିଛି।ପ୍ରାଣହରାଇଥିବା ଯୁବକଜଣକ ହେଲେ ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ। ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଠ ରହିଥିବାବେଳେ ପୋଲିସ ଘଟଣାର ଛାନଭିନ୍ ଚଳାଇଛି ।ଉଭୟ ପୋଲିସ ମିତ୍ର ଏବଂ ସଫେଇ କର୍ମଚାରୀଙ୍କ ସଭାପତି ଦାୟିତ୍ୱରେ ଥିବା କାରଣରୁ ସହଦେବଙ୍କ ବହୁ ଶତ୍ରୁ ଥାଇପାରନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସହଦେବଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।ଏହାଛଡ଼ା ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମଧ୍ୟ କୁହାଯାଉଛି। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଖୁବ୍ ଶୀଘ୍ର ଆସାମିକୁ ଧରିବ ବୋଲି କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ