Tuesday, March 31, 2026
27.4 C
Odisha

    ରାତି ପାହିଲେ ଖୋଲିବ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର

    ଆଗକୁ ପଢନ୍ତୁ

    ପୁରୀ: ମହାପ୍ରଭୁଙ୍କ ବାହାର ରତ୍ନଭଣ୍ଡାର ଗତ ୧୪ ତାରିଖ ଦିନ ଖୋଲିସାରିଛି। ଆସନ୍ତାକାଲି ଭିତର ରତ୍ନଭଣ୍ଡାର ଖୋଲିବ। ମହାପ୍ରଭୁଙ୍କ ଏହି ରତ୍ନଭଣ୍ଡାର ସକାଳ ୯ଟା ୫୧ରୁ ୧୨ଟା ୧୫ର ମଧ୍ୟରେ ଖୋଲାଯିବ। ଭିତର ରତ୍ନଭଣ୍ଡାରର ଅଳଙ୍କାରଗୁଡିକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ବେଳେ ସାମୟିକ କଟକଣା ରହିବ। ସକାଳ ୮ଟାରୁ ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ ରହିବ। ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡ଼ାଯିବ। ଅର୍ଥାତ ସାଧାରଣ ଭକ୍ତଙ୍କ ପ୍ରବେଶ ନେଇ କଟକଣା ରହିବ।
    ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ୧୮ ତାରିଖରେ ଅଧିକୃତ ୧୧ଜଣିଆ କମିଟି ହିଁ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ। ଏହି କାର୍ଯ୍ୟ ସହିତ ଜଡ଼ିତ ବ୍ୟକ୍ତି, ଯଥା ମେଡିକାଲ୍‌ ଟିମ୍‌, ସ୍ନେକ ହେଲ୍‌ପଲାଇନ୍‌, ସ୍ବେଚ୍ଛାସେବୀମାନେ ପାଖରେ ରହିବେ। ପୁରୁଣା ପ୍ରୋଟୋକଲ୍‌ ଅନୁଯାୟୀ, ଏସ୍‌ପି ପୁରୀ ସମସ୍ତଙ୍କୁ ଯାଞ୍ଚ କରି ଛାଡ଼ିବେ। ସ୍ଥାନାନ୍ତର ପ୍ରକ୍ରିୟା ଅନୁଯାୟୀ, ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ଶେଷ ପରେ ନୂଆ ରତ୍ନଭଣ୍ଡାରକୁ ଜଉମୁଦ ଦେଇ ସିଲ୍‌ କରାଯିବ। ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଜଉମୁଦ ଦେଇ ସିଲ୍‌ କରାଯିବ। କେବଳ ବାହାର ରତ୍ନଭଣ୍ଡାରକୁ ଛାଡ଼ିଦେଲେ ବାକି ସବୁ ଚାବି ଜିଲ୍ଲା କୋଷାଗାରକୁ ପଠାଯିବ। ଏଏସ୍‌ଆଇ ଚାବି ନେବନି। ଜିଲ୍ଲାପାଳ ଚାବି ଖୋଲିବେ। ଏହାପରେ ଯାଇ ଏଏସ୍‌ଆଇ ଟିମ୍ ଭିତରକୁ ଯିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ