Monday, March 23, 2026
32.9 C
Odisha

    ଆଜି ସନ୍ଧ୍ୟାରେ ‘ଇସ୍ରୋ’ର ରକେଟ୍‌ ‘ଅବାଧ୍ୟ ବାଳକ’ଦ୍ବାରା ଉତ୍‌କ୍ଷେପଣ ହେବ ସାଟେଲାଇଟ୍‌ ‘ଇନ୍‌ସାଟ୍‌-୩ଡିଏସ୍‌’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ‘ଅବାଧ୍ୟ ବାଳକ’ ବୋଲି କୁହାଯାଉଥିବା ରକେଟ୍‌ଦ୍ବାରା ମହାକାଶକୁ ପାଣିପାଗ ସୂଚନା ସଂଗ୍ରହ ସଂକ୍ରାନ୍ତ କୃତ୍ରିମ ଉପଗ୍ରହ ‘ଇନ୍‌ସାଟ୍‌-୩ଡିଏସ୍‌’ ପ୍ରେରଣ କରିବ ବୋଲି ଭାରତୀୟ ମହାକାଶ ଏଜେନ୍‌ସି (ଇସ୍ରୋ) କହିଛି।ଜାରି କରିଥିବା ବିବୃତିରେ ‘ଇସ୍ରୋ’ କହିଛି, ଆଜି ସନ୍ଧ୍ୟା ୫.୩୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ମହାକାଶ କେନ୍ଦ୍ରରୁ ‘ଜିଓସିଙ୍କ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ’ (ଜିଏସ୍‌ଏଲ୍‌ଭିଏଫ୍‌୧୪) ଯୋଗେ ଉତ୍‌କ୍ଷେପଣ କରାଯିବାକୁ ଥିବା ‘ଇନ୍‌ସାଟ୍‌-୩ଡିଏସ୍‌’ ନାମକ ଏହି କୃତ୍ରିମ ଉପଗ୍ରହ ଜରିଆରେ ପାଣିପାଗ ସମ୍ବନ୍ଧୀୟ ଅଧିକ ସଠିକ୍‌ ସୂଚନା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ଆଗୁଆ ସୂଚନା ବି ସଂଗ୍ରହ କରାଯାଇ ପାରିବ।ଏହି ଅଭିଯାନ ପାଇଁ ସମ୍ପୂର୍ଣ୍ଣ ବ୍ୟୟ ବା ପାଣ୍ଠି ଯୋଗାଇଛି ଭୂବିଜ୍ଞାନ ମନ୍ତ୍ରାଳୟ। ରକେଟ୍‌ ‘ଅବାଧ୍ୟ ବାଳକ’ ବା ‘ଜିଏସ୍‌ଏଲ୍‌ଭି’ ‘ଇନ୍‌ସାଟ୍‌-ଥ୍ରିଡିଏସ୍‌’କୁ ‘ଜିଓସିଙ୍କ୍ରୋନସ୍‌ ଟ୍ରାନ୍‌ସ୍‌ଫର୍‌ ଅର୍‌ବିଟ୍‌’ରେ (କକ୍ଷପଥ) ଛାଡ଼ିବ।

    ଏହା ହେବ ‘ଜିଏସ୍‌ଏଲ୍‌ଭିଏଫ୍‌୧୪’ ବା ‘ଅବାଧ୍ୟ ବାଳକ’ର ୧୬ଶ ଅଭିଯାନ। ‘ଇସ୍ରୋ’ର ଜଣେ ପୂର୍ବତନ ଅଧ୍ୟକ୍ଷ ରକେଟ୍‌ ‘ଜିଏସ୍‌ଏଲ୍‌ଭି’କୁ ‘ଅବାଧ୍ୟ ବାଳକ’ ବା ‘ନଟି ବୟ’ ବୋଲି କହୁଥିଲେ। ଏହାର କାରଣ ହେଉଛି, ଆଜି ସୁଦ୍ଧା ସମୁଦାୟ ୧୫ଟି ଅଭିଯାନରୁ ଏହି ରକେଟ୍‌ ୬ଟି ଅଭିଯାନରେ ଅସୁବିଧା କରିଛି। ଅର୍ଥାତ୍‌ ଏହାର ବିଫଳତା ହାର ୪୦%। ସୂଚନାଯୋଗ୍ୟ, ଗତବର୍ଷ ମେ ୨୯ ତାରିଖରେ ‘ଜିଏସ୍‌ଏଲ୍‌ଭି’ଦ୍ବାରା କରାଯାଇଥିବା ସାଟେଲାଇଟ୍‌ ଉତ୍‌କ୍ଷେପଣ ସଫଳ ହୋଇଥିଲା। କିନ୍ତୁ, ୨୦୨୧ ଅଗଷ୍ଟ ୧୨ ତାରିଖରେ ଏହାଦ୍ବାରା ଉତ୍‌କ୍ଷେପିତ ମହାକାଶଯାନ ବା ସାଟେଲାଇଟ୍‌ ଅଭିଯାନ ବିଫଳ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.9 ° C
    32.9 °
    32.9 °
    18 %
    2.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ