Monday, September 14, 2026
29.6 C
Odisha

    ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଇଥିବା ପ୍ୟାକେଟ କ୍ଷୀରରୁ ବାହାରିଲା ପୋକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଅମ୍ବେଗାଓଁ ବ୍ଲକର ଘୋଡେଗାଓଁର ଏକ ଆବାସିକ ଆଦିବାସୀ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିବା ଟେଟ୍ରା-ପ୍ୟାକ୍ କ୍ଷୀରରେ ପୋକ ବାହାରିଥିବା ଅଭିଯୋଗ ହୋଇଛି। କ୍ଷୀରରେ କ୍ୟାଲସିୟମ୍, ଭିଟାମିନ୍ ଡି, ଫ୍ୟାଟ୍ ଏବଂ ଭିଟାମିନ୍ ବି୧୨ ଥାଏ । ତେଣୁ ପିଲାଙ୍କୁ କ୍ଷୀର ଦେବାକୁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। ନିକଟରେ ଘୋଡେଗାଓଁର ଏକ ଆବାସିକ ଆଦିବାସୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଟେଟ୍ରା-ପ୍ୟାକ୍ କ୍ଷୀର ବଣ୍ଟନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଏହାକୁ ପିଇବାକୁ ଆରମ୍ଭ କରିଥିଲେ। ଏହି ସମୟରେ କ୍ଷୀରରୁ ଏକ ଅଦ୍ଭୁତ ସ୍ୱାଦ ସେମାନେ ଅନୁଭବ କରିଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ସ୍କୁଲ ଶିକ୍ଷକଙ୍କୁ ଏ ବିଷୟରେ ଜଣାଇଥିଲେ।
    ଅନୁସନ୍ଧାନ ପରେ ପିଲାଙ୍କୁ ବଣ୍ଟା ଯାଇଥିବା କ୍ଷୀରରୁ ‌ପୋକ ବାହାରିଥିଲା। ବର୍ତ୍ତମାନ ଏହି ଟେଟ୍ରା ପ୍ୟାକ୍ କ୍ଷୀରର ନମୁନାକୁ ଅଧିକ ଅନୁସନ୍ଧାନ ପାଇଁ ଆଦିବାସୀ ବିଭାଗ ଏବଂ ପୁଣେ ଖାଦ୍ୟ ଏବଂ ଔଷଧ ବିଭାଗକୁ ପଠାଯାଇଛି।
    ତେବେ ଛାତ୍ରଛାତ୍ରୀମାନେ ଏହି ଘଟଣାକୁ ନେଇ ଅଭିଯୋଗ କରି କହିଛନ୍ତି ଯେ ଏହା ପ୍ରଥମଥର ନୁହେଁ ସେମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏକ ମାସ ପୂର୍ବରୁ ପ୍ୟାକେଡ୍ କ୍ଷୀରରେ ଲାର୍ଭା ପୋକ ବାହାରିବା ପରେ ସେମାନେ ଏଭଳି ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.6 ° C
    29.6 °
    29.6 °
    65 %
    2.1kmh
    11 %
    Mon
    29 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ