Tuesday, February 27, 2024
25.2 C
Odisha

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ତିରୁପତି ପଦ୍ମନାଭ ସ୍ୱାମୀଙ୍କ ପାଖକୁ ଗଲା ନିମନ୍ତ୍ରଣ ପତ୍ର । ରାଜ୍ୟ ବାହାର ୧୫ ମନ୍ଦିରକୁ ନିମନ୍ତ୍ରଣ

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଉଛି । ଓଡ଼ିଶା ବାହାରେ ମୁମ୍ବାଇର ଅନେ୍ଧରୀ ଜଗନ୍ନାଥ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିର, କୋଲକାତାର କାଳୀଘାଟର କାଳୀ ମନ୍ଦିର, ଖିଦରପୁର ଜଗନ୍ନାଥ ମନ୍ଦିର, ମଦୁରାଇର ଶ୍ରୀରାମେଶ୍ୱରମ୍ ମନ୍ଦିରକୁ ନିମନ୍ତ୍ରଣ ଯାଇଛି । ଏହି ପରି ରାଜ୍ୟ ବହାରର ୧୫ ପ୍ରସିଦ୍ଧ ମନ୍ଦିରକୁ ନିମନ୍ତ୍ରଣ ଦିଆ ସରିଲାଣି । ସେହିପରି ରାଜ୍ୟ ଭିତରେ ୩୦ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ଫୁଲବାଣୀର ଶ୍ରୀଜନ୍ନାଥ ମନ୍ଦିର, ଦଧିବାମନଜିଉ ମନ୍ଦିର, ଯାଜପୁରର ବିରଜା ମନ୍ଦିର ଓ ବରାହ ମନ୍ଦିର, ଢେଙ୍କାନାଳର କପିଳାସ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିରକୁ ନିମନ୍ତ୍ରଣ ଦିଆଯାଇଛି । ଜଗତସିଂହୁପରର ମା’ ସାରଳାଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି । ସମସ୍ତ ସ୍ଥାନରେ ନିମନ୍ତ୍ରଣ ପତ୍ର ଦେବାକୁ ଯାଇଥିବା ଟିମ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    60 %
    2.9kmh
    78 %
    Tue
    27 °
    Wed
    33 °
    Thu
    34 °
    Fri
    35 °
    Sat
    36 °

    ସମ୍ବନ୍ଧିତ