Friday, May 8, 2026
38 C
Odisha

    IPL ରେ ହନିଟ୍ରାପ୍ ଆଲର୍ଟ ! ବିସିସିଆଇ ଜାରି କଲା କଡ଼ା ନିୟମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଆଇପିଏଲ ୨୦୨୬ ସିଜିନ ଜାରି ରହିଛି । ଆଇପିଏଲକୁ ହନିଟ୍ରାପ୍ ଭୟ । ଆଇପିଏଲ୍ ସିଜିନ୍ ଅଧାରେ ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜ୍ ପାଇଁ ନୂଆ ଏବଂ କଡ଼ା ଆଡଭାଇଜରୀ ଜାରି କରିଛି । ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବୋର୍ଡ ହୋଟେଲ ରୁମକୁ ଆସୁଥିବା ଅତିଥି ଏବଂ ଭିଜିଟର୍ସଙ୍କ ପାଇଁ ନିୟମ ଜାରି କରିଛି ।

    ବିସିସିଆଇ ସଚିବ ଦେବଜିତ ସାଇକିଆ ଫ୍ରାଞ୍ଚାଇଜିମାନଙ୍କୁ ଲେଖି ଚିଠି କହିଛନ୍ତି, IPL ଅପରେସନ୍ସ ଟିମ୍ ସମୟ ସମୟରେ ଯାଞ୍ଚ କରିବେ କି, ନୂତନ ନିର୍ଦ୍ଦେଶାବଳୀକୁ ସଠିକ୍ ଢଙ୍ଗରେ ପାଳନ କରାଯାଉଛି କି ନାହିଁ । ଏହା ସହ ଟିମ୍ ମ୍ୟାନେଜରମାନଙ୍କୁ ସମସ୍ତ ଅନୁମୋଦିତ ଅତିଥି ସାକ୍ଷାତକାର ଓ ହୋଟେଲ ଯାତାୟାତର ରେକର୍ଡ ରଖିବାକୁ କୁହାଯାଇଛି ।

    ବୋର୍ଡ ନୂଆ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛି ଯେ, କିଛି ମାମଲାରେ ଖେଳାଳି ଓ ସପୋର୍ଟ ଷ୍ଟାଫମାନେ ଟିମ୍ ମ୍ୟାନେଜରଙ୍କ ଅନୁମତି କିମ୍ବା ନ ଜଣାଇ ବାହାର ଲୋକଙ୍କୁ ହୋଟେଲ ରୁମ୍କୁ ଆଣୁଛନ୍ତି । ଏ ବାବଦରେ ସେମାନେ ଟିମ୍ ମ୍ୟାନେଜରଙ୍କୁ ମଧ୍ୟ ଅଜ୍ଞାତ ରଖୁଛନ୍ତି । ଏନେଇ ଅଭିଯୋଗ ଆସିବା ପରେ ବିସିସିଆଇ ଏଭଳି ପଦକ୍ଷେପ ନେଇଛି ।

    ନୂଆ ଗାଇଡଲାଇନ୍ ଅନୁସାରେ, ଏବେ କୌଣସି ବ୍ୟକ୍ତି, ଖେଳାଳି କିମ୍ବା ଷ୍ଟାଫ୍ ହୁଅନ୍ତୁ, ବାହାରର କୌଣସି ଲୋକଙ୍କ ସହିତ ସମ୍ପର୍କ ରଖୁଥିଲେ, ଟିମ୍ ମ୍ୟାନେଜରଙ୍କୁ ସୂଚନା ଦେବେ । ଏହା ସହିତ ସେମାନଙ୍କୁ ବିନା ଲିଖିତ ଅନୁମତିରେ ହୋଟେଲ ରୁମକୁ ପ୍ରବେଶ କରିପାରିବେ ନାହିଁ । ଖେଳାଳି କିମ୍ବା ସପୋର୍ଟ ଷ୍ଟାଫଙ୍କୁ ଭେଟିବାକୁ ଆସୁଥିବା ଅତିଥିମାନେ କେବଳ ହୋଟେଲର ସାଧାରଣ ସ୍ଥାନ, ଲବି କିମ୍ବା ରିସେପ୍ସନ୍ ଲାଉଞ୍ଜରେ ସାକ୍ଷାତ କରିପାରିବେ । କୌଣସି ଅତିଥିଙ୍କୁ ବ୍ୟକ୍ତିଗତ ଭାବେ ହୋଟେଲ ରୁମକୁ ନେବା ପୂର୍ବରୁ ଟିମ୍ ମ୍ୟାନେଜରଙ୍କ ଲିଖିତ ଅନୁମତି ଜୁରରୀ ହେବ ।

    ବୋର୍ଡ ଫ୍ରାଞ୍ଚାଇଜିମାନଙ୍କୁ ‘ହନିଟ୍ରାପ୍’ ଓ ସୁରକ୍ଷା ଜନିତ ବିପଦ ସମ୍ପର୍କରେ ମଧ୍ୟ ସତର୍କ କରାଇଦିଆଯାଇଛି । ବିସିସିଆଇ ଆଡଭାଇଜରୀରେ କୁହାଯାଇଛି ଯେ, ଆଇପିଏଲ୍ ଏକ ହାଇ-ପ୍ରୋଫାଇଲ୍ ଟୁର୍ଣ୍ଣାମେଣ୍ଟ । ଏଥିରେ ଟାର୍ଗେଟ୍ କମ୍ପ୍ରମାଇଜ୍ ଏବଂ ହନିଟ୍ରାପ୍ ଭଳି ଆଶଙ୍କା ରହୁଛି । ଏହା ସହ ଯୌନ ଉତ୍ପୀଡନ ଭଳି ଗୁରୁତର ଆଇନଗତ ଅଭିଯୋଗର ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରାଯାଇନାହିଁ । ତେଣୁ BCCI ଆଇପିଏଲ୍ ମଝିରେ ଏଭଳି କଡ଼ା ନିୟମକୁ ଜାରି କରିଛି । ବିସିସିଆଇ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜ୍ ସହିତ ଖେଳାଳିଙ୍କ ସୁରକ୍ଷାକୁ ନେଇ ଲଗାତାର ସତର୍କ ଏବଂ ସକ୍ରିୟ ରହିବାକୁ କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38 ° C
    38 °
    38 °
    24 %
    3.4kmh
    6 %
    Fri
    37 °
    Sat
    39 °
    Sun
    39 °
    Mon
    38 °
    Tue
    39 °

    ସମ୍ବନ୍ଧିତ